fbpx

ନାବାଳିକାକୁ ଗଣଦୁଷ୍କର୍ମ ପରେ ଏମିତି କଲେ ଆଶା କର୍ମୀ; ଶୁଣିଲେ ଉଡ଼ିଯିବ ହୋସ୍

ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା । ଯେଉଁଠାରେ ଜଣେ ୧୩ ବର୍ଷୀୟ ନାବାଳିକାକୁ ୪ ମାସ ତଳେ ଗଣଦୁଷ୍କର୍ମ କରିଥିଲେ ୪ ଦୁବୁର୍ତ୍ତ । କେବଳ ସେତିକିି ନୁହେଁ ଏହି ଅପରାଧକୁ ଳୁଚାଇବା ପାଇଁ ଆଶା କର୍ମୀ ରଚିଥିଲେ ଷଡ଼ଯନ୍ତ୍ର ।

ଆଶା କର୍ମୀଙ୍କ ସହ ଗଣଦୁଷ୍କର୍ମରେ ସମ୍ପୃକ୍ତ ଚାରି ଜଣକ ମଧ୍ୟରୁ ୩ ଜଣକୁ ଗିରଫ କରାଯାଇଛି । ତେବେ ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଆଶା କର୍ମୀଙ୍କ ଦ୍ୱାରା ଦିଆଯାଇଥିବା ଗର୍ଭ ନିରୋଧକ ଔଷଧ ଯୋଗୁଁ ପିଡୀତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା ।

ପିଡୀତା ଜଣକ ପୋଲିସକୁ ବୟାନ ଦେଇ କହିଛନ୍ତି ଅଭିଯୁକ୍ତମାନେ ତାଙ୍କ ସହ ବଳାତ୍କାର କରିଛନ୍ତି, ଏବଂ ଏହି ଅପରାଧକୁ ଅଶା କର୍ମୀ ଲୁଚାଇବାକୁ ଷଡ଼ଯନ୍ତ୍ର କରିଥିଲେ । ରବିବାର ଏନେଇ ମାମଲା ରୁଜୁ ପରେ ଆଶା କର୍ମୀଙ୍କ ସମେତ ଚାରିଜଣଙ୍କୁ ଗିରଫ କରାଯାଇଛି । ପଞ୍ଚମ ଅଭିଯୁକ୍ତ ଏବେବି ଫେରାର ରହିଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ନେଇ ପୋଲିସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.