fbpx

NABARD ପକ୍ଷରୁ ବାହାରିଲା ୧୭୭ଟି ପଦବୀ, ଗ୍ରାଜୁଏଟଙ୍କ ପାଇଁ ବଡ଼ ସୁଯୋଗ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚରାଲ ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଡେଭଲପମେଣ୍ଟ ଆସିଷ୍ଟାଣ୍ଟ ଓ ଡେଭଲପମେଣ୍ଟ ଆସିଣ୍ଟାଣ୍ଟ (ହିନ୍ଦି) ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ପାଇ ପାରିବେ ।

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆପଣଙ୍କର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ନିୟମ ଅନୁଯାୟୀ ଆପଣଙ୍କର ବୟସ କୋହଳ କରାଯିବ । ସେପ୍ଟେମ୍ବର ୧୫ ତାରିଖରୁ ଅନଲାଇନ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ତିମ ତାରିଖ ରହିଛି ଅକ୍ଟୋବର ୧୦ ତାରିଖ । ନଭେମ୍ବର ୧୧ ତାରିଖରେ ଫେଜ-୧ ପରୀକ୍ଷା ଅନୁଷ୍ଠିତ । ଏହାପରେ ଫେଜ-୨ ପରୀକ୍ଷାର ଦିନ ପରେ ଧାର୍ଯ୍ୟ କରାଯିବ ।

ଅନଲାଇନ ଆପ୍ଲାଏ ଲିଙ୍କ: https://ibpsonline.ibps.in/nbarddajul22/

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Detailed-Notification-NABARD-Development-Assistant-Posts.pdf

ସର୍ଟ ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-NABARD-Development-Assistant-Posts.pdf

ଅଫିସିଆଲ ୱେବସାଇଟ୍: https://www.nabard.org/

Get real time updates directly on you device, subscribe now.