fbpx

(Video) ପୋଲିସ୍ ବାବୁଙ୍କ ଭିନ୍ନ ଅନ୍ଦାଜ୍: ନାଗିନ୍ ଡାନ୍ସରେ କମ୍ପିଲା ପୋଲିସ୍ ଷ୍ଟେସନ୍…

ନୂଆଦିଲ୍ଲୀ: ଚଳିତ ବର୍ଷର ସ୍ୱାଧୀନତା ଖୁବ୍ ସ୍ମରଣୀୟ ହୋଇପାରିଛି । କାରଣ ଏଥର ଦେଶ ପାଳିଥିଲା ସ୍ୱାଧୀନତାର ୭୫ ବର୍ଷ । ଏହି ଅବସରକୁ ଆହୁରି ସ୍ମରଣୀୟ କରିଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନ କ୍ରମେ “ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ । ଆଉ ଚଳିତ ବର୍ଷ ଏହା ଖୁବ୍ ସ୍ମରଣୀୟ ହୋଇପାରିଛି ।

ତେବେ ଚଳିତ ସ୍ୱାଧୀନତା ଦିବସରେ ଦେଖିବାକୁ ମିଳିଥିଲା କିଛି ଭିନ୍ନ ଭିଡିଓ । ଯାହା ଦେଖିବାକୁ ମଧ୍ୟ ମଜାଦାର । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ଭାଇରାଲ ହେଉଥିବା ଭିଡିଓଟି ଉତ୍ତରପ୍ରଦେଶ ପୂରନପୁର କୋତବାଲୀ ଥାନାର । ଭିଡିଓରେ କିଛି ପୋଲିସକର୍ମୀ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପରେ ଖୁସିରେ ନାଗିନ୍ ଡାନ୍ସ କରିବାର ନଜର ଆସୁଛନ୍ତି । ଭିଡିଓରେ ପୋଲିସ ଇନ୍ସପେକ୍ଟର ସାପୁଆ ହୋଇଥିବାବେଳେ ଅନ୍ୟ ଜଣେ ପୋଲିସ କର୍ମୀ ସାପ ଭୂମିକା ନିଭାଉଥିବାର ଦେଖାଯାଉଛି ।

ସେପଟେ ପୋଲିସ କର୍ମୀଙ୍କ ଏଭଳି ମଜାଦାର ଅନ୍ଦାଜକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ୟୁଜର୍ସ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.