fbpx

ଛୋଟ ପିଲାଙ୍କୁ ନେଲପଲିସ୍ ଲଗାଉଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ!

ଘରେ ପିଲାମାନେ ନେଲପଲିସ ଲଗେଇବାକୁ ଜିଦ୍ ଧରିଲେ କିମ୍ବା ଗେହ୍ଲରେ ମାଆ ମାନେ ହେଉ କିମ୍ବା ସମ୍ପର୍କୀୟ ସେମାନେ ନେଲପଲିସ୍ ଲଗେଇ ଦିଅନ୍ତି । ଏହାଛଡ଼ା ସୁନ୍ଦର ଦେଖାଯିବା ପାଇଁ ମଧ୍ୟ ନେଲପଲିସ ଲଗାନ୍ତି । କିନ୍ତୁ ଏହି ନେଲପଲିସ ପିଲାଙ୍କ ପାଇଁ ବିପଦ ଆଣିପାରେ..
ନେଲପଲିସରେ ଟଲ୍ୟୁଇନ, ଫର୍ମାଲଡ଼ିହାଇଡ଼ ଓ ଡାୟବ୍ୟୁଟଲ ଭଳି କେମିକାଲ ମିଶିଥାଏ । ଏହି କେମିକାଲ ନେଲପଲିସକୁ ନଖରେ ଲାଗି ରହିବାରେ ସାହାଯ୍ୟ କରେ । ପିଲାମାନଙ୍କର ପାଟିରେ ବାରମ୍ବାର ହାତ ପୁରାଇବା ଅଭ୍ୟାସ ରହିଥାଏ । ତେଣୁ ନଖରେ ଲାଗିଥିବା ନେଲପଲିସ ପିଲାଙ୍କ ପାଟି ଓ ପେଟକୁ ଗଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ । ପିଲାମାନଙ୍କର ନ୍ୟୁରୋ ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ବୋଲି ଜଣାପଡ଼ିଛି । ଏହାସହ ମସ୍ତିଷ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ ।

ନେଲପଲିସରେ ପଂଥାଲେଟସ୍ ନାମକ ଏକ କେମିକାଲ ମିଶାଯାଇଥାଏ ଯାହାର ସଂସ୍ପର୍ଶରେ ଆସିଲେ ନାକ, ଗଳା, ଆଖି ରେ ସଂକ୍ରମଣର ଆଶଙ୍କା ରହିଥାଏ । ତେଣୁ ଏହିଭଳି କେମିକାଲ ବ୍ୟବହାର ହେଉଥିବା ନେଲପଲିସ ବ୍ୟବହାର କରିବା ଉଚିତ ନୁହେଁ ।ଏହାସହ ପିଲାଙ୍କଠାରୁ ନେଲପଲିସଠାରୁ ଦୂରେଇ ରଖôବା ଉଚିତ୍ । ତେବେ ବଜାରରେ ମିଳୁଥିବା କେମିକାଲ ନଥିବା ଜଳ ଆଧାରିତ, ଅର୍ଗାନିକ ଓ ନନଷ୍ଟିକି ନେଲପଲିସ ଲଗାନ୍ତୁ ।

Get real time updates directly on you device, subscribe now.