fbpx

ଆଜି ନନ୍ଦନକାନନ ବନ୍ଦ, ଲଗାଣ ବର୍ଷାର ପ୍ରଭାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି ।ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି । ତେବେ ଲଗାଇ ବର୍ଷା କାରଣରୁ କୌଣସି ଜୀବଜନ୍ତୁଙ୍କର କୌଣସି ପ୍ରକାର ହାନି ହୋଇନାହିଁ । ସେମାନେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଏନେଇ ନନ୍ଦନକାନନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.