fbpx

Modi 21 Years In Power: ଗୁଜରାଟର CMରୁ ଭାରତବର୍ଷର PM, ରାଜନୀତିର ଦୀର୍ଘଯାତ୍ରାର ଅଲ୍ ଟାଇମ୍ ୱିନର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପାଇଁ ଭାରତବର୍ଷର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ । ଏହା ମଧ୍ୟରେ କିଛି ବର୍ଷ ପାଇଁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ । ତେବେ ଶାସନ ଗାଦି ସମ୍ଭାଳୁ ସମ୍ଭାଳୁ ଏହା ମଧ୍ୟରେ ମୋଦୀଙ୍କର ୨୧ ବର୍ଷ ବିତିଗଲାଣି । ୨୧ ବର୍ଷ ପୂର୍ବେ ଅର୍ଥାତ ଗତ ୨୦୨୧ ମସିହା ଅକ୍ଟୋବର ୭ ତାରିଖ ଦିନ ପିଏମ୍ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ଗୁଜରାଟରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଭାରତବର୍ଷ ନୁହେଁ ବିଶ୍ୱବ୍ୟାପୀ ବଳବତ୍ତର ରହିଛି । ଏହି ଦଶନ୍ଧି ଦଶନ୍ଧିର ସଫଳ ରାଜନୈତିକ କ୍ୟାରିୟର ମଧ୍ୟରେ ମୋଦୀ ଅନେକ ଐତିହାସିକ ନିଷ୍ପତ୍ତି ନେଇ ସାରା ବିଶ୍ୱକୁ ଚମକାଇ ଦେଇଛନ୍ତି । ଏଥିସହିତ ବିଶ୍ୱର ମହାଶକ୍ତିର ମୁଖିଆମାନଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଛି ମୋଦୀ ମ୍ୟାଜିକ୍ । ୟୁକ୍ରେନ-ରୁଷିଆ ଯୁଦ୍ଧଠାରୁ ଆରମ୍ଭ କରି କୋଭିଡ-୧୯ ଭ୍ୟାକ୍ସିନ ପର୍ଯ୍ୟନ୍ତ ଅନେକ ଘଡ଼ସନ୍ଧି ସମୟରେ ମୋଦୀ ବିଶ୍ୱର ଶାନ୍ତିଦୂତ ପାଲଟିଛନ୍ତି ।

ଗତ ୨୦୦୧ ମସିହା ଅକ୍ଟୋବର ମାସ ୪ରେ ମୋଦୀ ଗୁଜରାଟର ବିଧାୟକ ଦଳ ନେତା ଭାବେ ରାଜ୍ୟପାଳଙ୍କ ଦ୍ୱାରା ଆମନ୍ତ୍ରିତ ହୋଇଥିଲେ । ଏହାର ତିନି ଦିନ ପରେ ଅର୍ଥାତ ୭ ତାରିଖରେ ୫୧ ବର୍ଷୀୟ ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହିଠାରୁ ଆରମ୍ଭ ହୋଇଥିବା ମୋଦୀଙ୍କର ରାଜନୀତିର ଅସଲ ଖେଳ । ସିଏମ ଗାଦି ସମ୍ଭାଳିବାର ପ୍ରଥମ ଦିନ ହିଁ ମୋଦୀ ୧୦ ଜଣ ଜିଲ୍ଲାପାଳଙ୍କ ସହିତ କନଫରେନ୍ସିଂ କରିଥିଲେ ।

ଏହା ମଧ୍ୟରେ ମୋଦୀ ୧୨ ବର୍ଷ ୨୨୭ ଦିନ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଥିଲେ । ୨୦୧୪ରେ ମୋଦୀ ନ୍ୟାସନାଲ ହିରୋ ଭାବେ ଉଭା ହୋଇଥିଲେ । ଗୋଟିଏ ପଟେ କଂଗ୍ରେସ ଶାସନକୁ ଦେଶବାସୀ ପରିବର୍ତ୍ତନ କରିବାକୁ ଚାହୁଁଥିବା ବେଳେ ସାରା ଦେଶରେ ହଠାତ୍ ଆରମ୍ଭ ହୋଇଥିଲା ମୋଦୀ ଲହର । ବିଜେପିରେ ଲାଲକୃଷ୍ଣ ଆଡ଼ଭାନୀ, ରାଜନାଥ ସିଂହ, ଅରୁଣ ଜେଟଲୀ, ସୁଷମା ସ୍ୱରାଜଙ୍କ ପରି ଅନେକ ହେଭିୱେଟ୍ ରହିଥିଲେ ହେଁ ମୋଦୀ ସମସ୍ତଙ୍କୁ ଟପିଯାଇ ଶେଷରେ ଦଳର ପିଏମ୍ ପ୍ରାର୍ଥୀ ଭାବେ ରଣାଙ୍ଗନରେ ଉତ୍ତୀର୍ଣ୍ଣ ହୋଇଥିଲେ ।

୨୦୧୪ ଲୋକସଭା ନିର୍ବାଚନରେ ଏନଡିଏ ବହୁମତ ହାସଲ କରିବା ସହ ମୋଦୀ ପିଏମ୍ ଭାବେ ଶପଥ ଗ୍ରହଣ କରିଥିଲେ । ଏହାପରେ ୨୦୧୯ରେ ମଧ୍ୟ ମୋଦୀ ପୁନର୍ବାର ପିଏମ୍ ହୋଇଥିଲେ । ଦେଶର ସବୁଠାରୁ ଅଧିକ ସମୟ ଧରି ପିଏମ୍ ପଦରେ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ମୋଦୀଙ୍କର ସ୍ଥାନ ଚତୁର୍ଥରେ ରହିଛି । ପୂର୍ବରୁ ଜବାହରଲାଲ ନେହେରୁ ୧୬ ବର୍ଷ ୨୦୮ ଦିନ, ଇନ୍ଦିରା ଗାନ୍ଧି ୧୫ ବର୍ଷ ୩୫୦ ଦିନ ଓ ମନମୋହନ ସିଂହ ୧୦ ବର୍ଷ ୪ ଦିନ ପର୍ଯ୍ୟନ୍ତ ପିଏମ୍ ରହିଥିଲେ । ଯଦି ଅଣକଂଗ୍ରେସ ପିଏମଙ୍କ କଥା ବିଚାରକୁ ନେବା ତେବେ ମୋଦୀ ସର୍ବାଗ୍ରେ ରହିଛନ୍ତି । ଅଟଳ ବିହାରି ବାଜପେୟୀ ୬ ବର୍ଷ ୮୦ ଦିନ ଓ ମୋରାରଜି ଦେଶାଇ ୨ ବର୍ଷ ୧୮୬ ଦିନ ପର୍ଯ୍ୟନ୍ତ ଭାରତବର୍ଷର ପିଏମ୍ ଗାଦି ସମ୍ଭାଳିଥିଲେ ।

Get real time updates directly on you device, subscribe now.