fbpx

ବଲିଉଡରେ ବଡ ବ୍ରେକ ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟିରେ ଏଣ୍ଟ୍ରି କରିବେ ନର୍ଗିସ୍, ‘ହରି ହରା ଭୀରା ମଲ୍ଲୁ’ରେ ପୱନ କଲ୍ୟାଣଙ୍କ ସ୍କ୍ରିନ୍ ସେୟାର କରିବେ

ମୁମ୍ବାଇ: ବଲିଉଡରୁ ବ୍ରେକ୍‌ ନନେବା ପାଇଁ ଅନେକ ଲୋକ ଅଭିନେତ୍ରୀ ନର୍ଗିସ୍‌ ଫାଖରୀଙ୍କୁ ବୁଝାଇଥିଲେ । କାରଣ ବ୍ରେକ୍‌ ନେଉଥିବା ଅଭିନେତ୍ରୀଙ୍କୁ କେବଳ ଲୋକ ନୁହଁନ୍ତି। ନିର୍ମାତା- ନିର୍ଦ୍ଦେଶକମାନେ ମଧ୍ୟ ଭୁଲିଯାଆନ୍ତି । ନର୍ଗିସ୍‌ଙ୍କ ସହ ମଧ୍ୟ ତାହା ହିଁ ଘଟିଲା । ରଣବୀର କପୁରଙ୍କ ସହ ଫିଲ୍ମ ରକଷ୍ଟାର ସହିତ ବଲିଉଡରେ ଡେବ୍ୟୁ କରିଥିବା ନର୍ଗିସଙ୍କୁ ବର୍ତ୍ତମାନ ଲୋକ ଉଦୟ ଚୋପ୍ରାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଭାବରେ ମନେରଖିଛନ୍ତି । ଦୁଇ ବର୍ଷର ସମ୍ପୂର୍ଣ୍ଣ ବ୍ରେକ୍‌ ପରେ ନର୍ଗିସ୍‌ କିଛି ଦିନ ହେବ ବଲିଉଡରେ ପୁଣି ଥରେ ଏଣ୍ଟ୍ରି କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସଫଳତା ପାଇଲେ ନାହିଁ । ହେଲେ ସେ ପୁଣି ଥରେ ଦର୍ଶକଙ୍କ ସାମ୍ନାରେ ନିଜର ଉପସ୍ଥିତି ପଞ୍ଜିକରଣ କରିବାକୁ ଆସୁଛନ୍ତି । କିନ୍ତୁ ସେ କମବ୍ୟାକ୍‌ ବଲିଉଡରୁ ନୁହେଁ ବରଂ ସାଉଥ ଫିଲ୍ମରୁ କରୁଛନ୍ତି ।

ନର୍ଗିସ, ପୱନ କଲ୍ୟାଣଙ୍କ ସହ ତେଲୁଗୁ ଫିଲ୍ମ ‘ହରି ହରା ଭୀରା ମଲ୍ଲୁ’ରେ ନଜର ଆସିବେ । ଏହି ଫିଲ୍ମରେ ନିଧି ଅଗ୍ରୱାଲ ଏବଂ ଅର୍ଜୁନ ରାମପାଲ ମୁଖ୍ୟ ଭୂମିକାରେ ନଜର ଆସିବେ । ନର୍ଗିସଙ୍କ ହଠାତ୍‌ ନିଖୋଜ ହେତୁ ଲୋକମାନେ ଭାବୁଥିଲେ ସେ ଇଣ୍ଡଷ୍ଟ୍ରି ଛାଡି ଦେଇଛନ୍ତି । ସେ ଅଭିନେତା ଉଦୟ ଚୋପ୍ରାଙ୍କ ସହ ଆମେରିକାରେ ସେଟେଲ୍‌ ହୋଇଥିବା ଖବର ଆସିଥିଲା । ଉଭୟ ବିବାହ କରିବାକୁ ଯାଉଥିଲେ । କିନ୍ତୁ ୨୦୧୭ ରେ ଅଭିନେତ୍ରୀ ଉଦୟଙ୍କ ସହ ତାଙ୍କର ବ୍ରେକଅପ୍‌ ଘୋଷଣା କରିଥିଲେ । ୨୦୧୮ ରେ, ନର୍ଗିସ୍‌ ଫିଲ୍ମ ନିର୍ମାତା ମେଟ୍‌ ଆଲୋନଜୋଙ୍କ ସହ ରିଲେସନସି ରେ ଥିବା ପ୍ରକାଶ କରିଥିଲେ । ୨୦୧୧ରେ ରଣବୀର କପୁରଙ୍କ ସହ ‘ରକଷ୍ଟାର’ରେ ଡେବ୍ୟୁ କରିଥିବା ନର୍ଗିସଙ୍କ ଶେଷ ଫିଲ୍ମ ‘ବାନ୍‌ଜୋ’ (୨୦୧୬) ଥିଲା । ଯେଉଁଥିରେ ସେ ରିତେଶ ଦେଶମୁଖଙ୍କ ସହ ନଜର ଆସିଥିଲେ । ଏହା ପରେ ସେ ପ୍ରାୟ ଅଦୃଶ୍ୟ ହୋଇଗଲେ । ମଝିରେ ତାଙ୍କର ତିନୋଟି ଫିଲ୍ମ କେବେ ଆସିଲା, କେବେ ଗଲା, ତାହା କେହି ଜାଣି ।ରିଲେ ନାହିଁ ।

Get real time updates directly on you device, subscribe now.