fbpx

ଆଷ୍ଟରଏଡକୁ ରାସ୍ତାରୁ ହଟାଇଦେଲା NASA ର ସ୍ପେସକ୍ରାଫ୍ଟ: ସଫଳ ହେଲା ପୃଥବୀକୁ ବଞ୍ଚାଇବା ମିଶନ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ପ୍ରଥମ ଥର କୌଣସି ପ୍ଲାନେଟେରୀ ଡିଫେନ୍ସ ଟେଷ୍ଟ ଅର୍ଥାତ୍ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ (DART) ମିଶନକୁ ସଫଳତା ମିଳିଛି । ଏବେ ଯଦି ଭବିଷ୍ୟତରେ ପୃଥିବୀ ଉପରକୁ କୌଣସି ପ୍ରକାରର ଆଷ୍ଟରଏଡ ମାଡ଼ ହେବାର ଆଶଙ୍କା ହେଉଛି । ତେବେ ଏହି ଜ୍ଞାନକୌଶଳ ଦ୍ୱାରା ପୃଥିବୀ ବର୍ତ୍ତିପାରିବ । DART ମିଶନ ୨୭ ସେପ୍ଟେମ୍ବର ୪:୪୫ ରେ ଆଷ୍ଟରଏଡ ଡିଡିମୋସ୍ (Didymos) ଚନ୍ଦ୍ରମା ଭଳି ପଥର ଡାଇମରଫୋସ୍ (Dimorphos) ସହ ଧକ୍କା ହୋଇଥିଲା । ଡାର୍ଟ ମିଶନର ଉଦ୍ଦେଶ୍ୟ ସଫଳ ହୋଇଛି ।

ନାସାର ଡାର୍ଟ ମିଶନ ଡିଡିମୋସ ଆଷ୍ଟରଏଡର ଚନ୍ଦ୍ରମା ଡାଇମରଫୋସ ସହ ସଫଳତାପୂର୍ବକ ଧକ୍କା ହୋଇଛି । ସ୍ପେସକ୍ରାଫ୍ଟ ଆଷ୍ଟରଏଡ ସହ ଧକ୍କ୍ା ହେବାଦ୍ୱାରା ଡାଇମରଫୋସର ଦିଗ ପରିବର୍ତ୍ତନ ହୋଇଛି । ଆଉ ଏହି ମିଶନ ସଫଳ ହୋଇଛି । ମିଶନ ସଫଳ ହେବା ଅର୍ଥ ଭବିଷ୍ୟତରେ ପୃଥିବୀକୁ ଏଭଳି ଆଷ୍ଟରଏଡ ଧକ୍କାରୁ ବଞ୍ଚାଯାଇପାରିବ । କାରଣ ଆଷ୍ଟରଏଡକୁ ପୃଥିବୀ ନିକଟକୁ ଆସିବା ପୂର୍ବରୁ ହିଁ ରକେଟ୍ ମାଡ଼ କରି ନଷ୍ଟ କରାଯିବ କିମ୍ବା ଏହାର ଦିଗ ପରିବର୍ତ୍ତନ କରାଯିବ । ଫଳରେ ପୃଥିବୀ ଏଭଳି ଆସନ୍ନ ବିପଦରୁ ରକ୍ଷା ପାଇପାରିବ ।

ଜାଣନ୍ତୁ ଡାର୍ଟ ମିଶନର ସଂପୂର୍ଣ୍ଣ ତଥ୍ୟ….

ଆହୁରି ପଢ଼ନ୍ତୁ…

Get real time updates directly on you device, subscribe now.