fbpx

ନାଟୋ ବୈଠକରେ ସାମିଲ ହେବେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି, ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା ହେବ

କିଏଭ: ଚଳିତ ମାସରେ ହେବାକୁ ଥିବା ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେସନ୍‌ (ନାଟୋ) ବୈଠକରେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଅଂଶଗ୍ରହଣ କରିବେ । ନାଟୋ ଉପମହାସଚିବ ମିରାସିୟା ଜୋଏନ୍‌ ସୂଚନା ଦେଇଛନ୍ତି କି ଜୁନ୍‌ ୨୮-୨୯ରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଯୋଗ ଦେବା ପାଇଁ ଆହ୍ୱାନ କରାଯାଇଛି ।

ନାଟୋର ଏହି ବୈଠକ ସ୍ପେନ୍‌ର ମାଦ୍ରିଦ୍‌ରେ ଅନୁଷ୍ଠିତ ହେବ । ଏହି ଶିଖର ସମ୍ମିଳନୀରେ ନାଟୋ ସହ ସମ୍ବନ୍ଧ ରଖୁଥିବା ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଜାପାନ ଓ ଦକ୍ଷିଣ କୋରିଆ ବି ସାମିଲ ହେବେ ବୋଲି ମିରାସିୟା କହିଛନ୍ତି । ବୈଠକରେ ନାଟୋର ବିସ୍ତାରିତ ଦିଗକୁ ନେଇ ଚର୍ଚ୍ଚା କରାଯିବ । ତେବେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗ ଏହି ବୈଠକର ମୂଳ ଏଜେଣ୍ଡା ରହିବ ବୋଲି ଅନୁମାନ କରାଯାଉଛି । ଖୁବ୍‌ଶୀଘ୍ର ଫିନ୍‌ଲାଣ୍ଡ ଓ ସ୍ୱିଡେନ୍‌ ନାଟୋରେ ସାମିଲ ହେବେ ବୋଲି ମିରାସିୟା ଆଶାବାଦୀ ଥିବା ପ୍ରକାଶ କରିଛନ୍ତି । ବର୍ତ୍ତମାନ ନାଟୋ ସଦସ୍ୟ ରାଷ୍ଟ୍ର ନରୱେ, ପୋଲାଣ୍ଡ, ଏଷ୍ଟୋନିଆ, ଲାତିଭିଆ, ଲିଥୁଆନିୟାର ସୀମା ରୁଷ୍‌ ସହ ପାଖାପାଖି ୧୨୦୦ କିଲୋମିଟର ଦୀର୍ଘ ସହ ସମାନ । ଯଦି ଏଥିରେ ଫିନ୍‌ଲାଣ୍ଡ ସାମିଲ ହୋଇଯାଉଛି ତେବେ ଏହାର ସୀମା ଦୁଇଗୁଣା ବୃଦ୍ଧି ପାଇବ ।

Get real time updates directly on you device, subscribe now.