ତୁର୍କୀ ରାଷ୍ଟ୍ରପତିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଡୋନାଲ୍‌ଡ ଟ୍ରମ୍ପ

ନାଟୋର ପ୍ରତିରକ୍ଷା ବଜେଟ୍ ଏକ ବଡ଼ ପ୍ରସଙ୍ଗ। ଏହି ବୈଠକରେ ପ୍ରତିରକ୍ଷା ବଜେଟ୍ ଉପରେ ଗମ୍ଭୀର ଭାବରେ ଆଲୋଚନା ହେବାର ଆଶା ରହିଛି

ନୂଆଦିଲ୍ଲୀ: ଉତ୍ତର ଆଟଲାଣ୍ଟିକ ସନ୍ଧି ସଂଗଠନର ବୈଠକ ତୁର୍କୀୟରେ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଙ୍କାରାରେ ପହଞ୍ଚି ସାରିଛନ୍ତି। ଅଙ୍କାରା ବିମାନ ବନ୍ଦରରେ ପହଞ୍ଚିବା ପରେ ତୁର୍କୀର ରାଷ୍ଟ୍ରପତି ରେସେପ ତାଏପ ଏର୍ଦୋଗନ ଆମେରିକାର ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି।

ଦୁଇ ଦିନ ଧରି ଚାଲିବାକୁଥିବା ଏହି ବୈଠକରେ ନାଟୋର ପ୍ରତିରକ୍ଷା ବଜେଟ ଓ ୟୁକ୍ରେନକୁ ସାମରିକ ସାହାଯ୍ୟ ଦେବା ସହିତ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ଆଶା ରହିଛି। ତୁର୍କୀ ଯିବା ପୂର୍ବରୁ ଟ୍ରମ୍ପ ଗଣମାଧ୍ୟମକୁ କହିଥିଲେ; ମୁଁ ଏର୍ଦୋଗନଙ୍କ ପାଇଁ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଯାଉଛନ୍ତି। ଏର୍ଦୋଗନଙ୍କୁ ‘ନିଜର ବନ୍ଧୁ ଓ ମହାନ ନେତା’ ବୋଲି କହିଥିଲେ ଟ୍ରମ୍ପ।

ନାଟୋର ପ୍ରତିରକ୍ଷା ବଜେଟ୍ ଏକ ବଡ଼ ପ୍ରସଙ୍ଗ। ଏହି ବୈଠକରେ ପ୍ରତିରକ୍ଷା ବଜେଟ୍ ଉପରେ ଗମ୍ଭୀର ଭାବରେ ଆଲୋଚନା ହେବାର ଆଶା ରହିଛି। ଟ୍ରମ୍ପଙ୍କ ଚାପ ପରେ ନାଟୋର ସଦସ୍ୟ ଦେଶଗୁଡ଼ିକ ନିଜର ବାର୍ଷିକ ପ୍ରତିରକ୍ଷା ଖର୍ଚ୍ଚ ୨୦୩୫ ସୁଦ୍ଧା ବୃଦ୍ଧି କରି ନିଜ ଜିଡିପିର ପାଞ୍ଚ ପ୍ରତିଶତ କରିବାକୁ ରାଜି ହୋଇଛନ୍ତି। ଏବେ ନାଟୋର ସଦସ୍ୟ ଦେଶମାନେ ନିଜ ଜିଡିପିର ୨ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛନ୍ତି।

ଏହି ଦିନ ଯୋଗୁଁ ୟୁକ୍ରେନର ରାଜଧାନୀ କିଭ ଉପରେ ରୁଷର ଆକ୍ରମଣ ତୀବ୍ର ହେଉଛି। ରୁଷର ଆକ୍ରମଣକୁ ଦେଖି ଜେଲେନ୍ସ୍କି ଆମେରିକାଠାରୁ ମିସାଇଲ୍ ଓ ଅସ୍ତ୍ରଶସ୍ତ୍ର ମାଗୁଛନ୍ତି। ଏହି ବୈଠକରେ ନାଟୋ ତରଫରୁ ୟୁକ୍ରେନକୁ ଦିଆଯାଉଥିବା ସାମରିକ ଏବଂ ଆର୍ଥିକ ସାହାଯ୍ୟ ବିଷୟରେ କୌଣସି ନିଷ୍ପତ୍ତି ହୋଇପାରେ। ସମ୍ମିଳନୀରେ ସମସ୍ତ ୩୨ ନାଟୋ ସଦସ୍ୟ ଦେଶର ନେତାମାନେ ଯୋଗ ଦେଉଛନ୍ତି।

ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରୁ ନାଟୋର ଉପଯୋଗିତା ଉପରେ ପ୍ରଶ୍ନ ଉଠାଇ ଆସୁଛନ୍ତି। ତାଙ୍କର ଯୁକ୍ତି ଥିଲା ଯେ ଆମେରିକା ଏହି ମେଣ୍ଟର ଖର୍ଚ୍ଚର ଗୋଟିଏ ଅନୁଚିତ ଏବଂ ବହୁତ ବଡ଼ ଅଂଶ ନିଜେ ବହନ କରୁଛି। ସେହି ସମୟରେ କେବଳ ୫ଟି ଦେଶ ହିଁ ପ୍ରତିରକ୍ଷା ପାଇଁ ନିଜ ଜିଡିପିର ନିର୍ଦ୍ଧାରିତ ୨ ପ୍ରତିଶତ ଖର୍ଚ୍ଚ କରୁଥିଲେ।

ଗତ ବର୍ଷ ଦ’ ହେଗ୍‌ରେ ନାଟୋ ସହଯୋଗୀମାନେ ନିଜ ପ୍ରତିରକ୍ଷା ଖର୍ଚ୍ଚକୁ ବୃଦ୍ଧି କରି ପାଞ୍ଚ ପ୍ରତିଶତ କରିବାର ନିଷ୍ପତ୍ତି ନେଇଥିଲେ। ୟୁରୋପୀୟ ସହଯୋଗୀମାନେ ନିଜ ପ୍ରତିରକ୍ଷା ଶିଳ୍ପକୁ ଅପଗ୍ରେଡ୍ କରିବା ପାଇଁ ପଦକ୍ଷେପ ନେଇଥିଲେ।