fbpx

ଜାରି ରହିଛି ନୌତପା, ଜାଣନ୍ତୁ ଏହି ସମୟରେ କିପରି ଆକଳନ ହୁଏ ମୌସୁମୀର ଗତିବିଧି

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରକୃତିର ପରିବର୍ତ୍ତନରେ ଗ୍ରହ ମାନଙ୍କର ଆତଯାତର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ରହିଥାଏ । ଯେମିତିକି ମୀନ ସଂକ୍ରାନ୍ତିରେ ସୂର୍ଯ୍ୟ ରହିଲେ ଗରମ ଅଧିକ ଆଦୃତ ହୋଇଥାଏ । ସେହିପରି କନ୍ୟା ରାଶିକୁ ସୂର୍ଯ୍ୟ ଆସିଲେ ଶରତ ଋତୁର ଆଗମନର ସୂଚନା ମିଳିଥାଏ । ପ୍ରକୃତିର ବିଭିନ୍ନ ପ୍ରକାରର ଭୌଗୋଳିକ ଘଟଣା ଗ୍ରହ ମାନଙ୍କ ଉପରେ ନିର୍ଭର କରିଥାଏ । ମେ’ ମାସରେ ହୋଇଥିବା ଦୁଇଟି ଭୟାନକ ଘୁର୍ଣ୍ଣିବଳୟରେ ମଧ୍ୟ ଗ୍ରହ ଓ ନକ୍ଷତ୍ର ମାନଙ୍କ ପରିଚାଳନାରେ ଯୋଗଦାନ ରହିଛି । ଖାଲି ସେତିକି ନୁହେଁ ବରଂ ଚନ୍ଦ୍ର ଗ୍ରହଣ, ରାଶିରେ ପରିବର୍ତ୍ତନ, ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସହିତ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଜଡିତ ହୋଇଥାଏ । ସେହିପରି ବର୍ତ୍ତମାନ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ଥିବାରୁ ଗରମର ମାତ୍ରା ବଢ଼ିଯାଇଛି । କୁହାଯାଏ ଏହି ସମୟରେ ସୂର୍ଯ୍ୟ ପୃଥିବୀର ଅଧିକ ନିକଟରେ ରହିଥାଏ ।

ଯେତେବେଳେ ବି ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ସଂଚରଣ ହୋଇଥାଏ ସେହି ସମୟକୁ ନୌତପା କୁହାଯାଏ । ଚଳିତ ବର୍ଷର ନୌତପା ମେ’ ୨୫ରୁ ଆରମ୍ଭ ହୋଇଯାଇଛି । ଏହା ଜୁନ୍ ୮ତାରିଖ ପର୍ଯ୍ୟନ୍ତ ଜାରି ରହିବ । କୁହାଯାଏ ଯେ, ଏହି ନୌତପାରେ ସୂର୍ଯ୍ୟ ସବୁଠାରୁ ଉତ୍ତପ୍ତ ପିଣ୍ଡରେ ପରିଣତ ହୋଇଥାଆନ୍ତି । ଯାହା ଫଳରେ ଅନ୍ୟ ଦିନ ମାନଙ୍କ ତୁଳନାରେ ଏହି ସମୟରେ ଅଧିକ ଗରମ ଅନୁଭୂତ ହୋଇଥାଏ । ଆହୁରି ମଧ୍ୟ ଏହି ସମୟରେ ମୌସୁମୀ ଆସିବାର ଗତିବିଧି ମଧ୍ୟ ଜଣାପଡିଥାଏ । ତେବେ ଜୁନ୍ ୧ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଆସିବାର ଆଶଙ୍କା ରହିଛି । କାରଣ ପାଣିପାଗ ବିଭାଗର ସୂଚନା ମୂତାବକ ଜୁନ୍ ୩ ତାରିଖ ଆଡକୁ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେବ । ହେଲେ ସୂର୍ଯ୍ୟଙ୍କର ପ୍ରଚଣ୍ଡତା ଜାରି ରହିବ ।

ସୂର୍ଯ୍ୟଙ୍କର ଏହି ପ୍ରଚଣ୍ଡତା ମଧ୍ୟରେ ମୌସୁମୀର ଆଗମନ ହେବ । ତେବେ ଜ୍ୟୋତିଷ ମାନଙ୍କ ଦୃଷ୍ଟିକୋଣରୁ ଦେଖିବା ତେବେ ବର୍ଷା ଆରମ୍ଭ ହେବାପରେ କୃଷକ ମାନଙ୍କୁ ଅନେକ ଲାଭ ହେବା ସହିତ ମଝିରେ ମଝିରେ ପ୍ରବଳ ବର୍ଷା ସେମାନଙ୍କ ପାଇଁ କଷ୍ଟଦାୟକ ସାବ୍ୟସ୍ତ ହେବ । ସେହିପରି ଶାସ୍ତ୍ରରେ ଉଲ୍ଳେଖ ରହିଛି ଯେ, ନୌତପା ସରିବାର ୨୦ ରୁ ୨୫ ଦିନ ମଧ୍ୟରେ ପୂରା ଭାରତରେ ମୌସୁମୀ ସକ୍ରିୟ ହୋଇଯାଏ । ତେଣୁ ଚଳିତ ବର୍ଷର ନୌତପା ଜୁନ୍ ୮ରେ ସରିବାକୁ ଥିବାରୁ ଜୁନ୍ ଶେଷ ସପ୍ତାହ ସୁଦ୍ଧା ମୌସୁମୀର ସମ୍ପୂର୍ଣ୍ଣ ଆଗମନ ଭାରତରେ ହୋଇଯାଇଥିବ ।

Get real time updates directly on you device, subscribe now.