fbpx

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି?

ଭୁବନେଶ୍ୱର,୧୭ ।୪(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ କରୋନା ବୃଦ୍ଧିକୁ ନେଇ ପୁଣି ଭୟଙ୍କର ପରିସ୍ଥିତି ହେବାକୁ ଯାଉଛି । ଏହି ସମୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କରୋନା ଟିକା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ଦେଶରେ ମିଳୁ । ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ । ମେଟ୍ରୋପଲିଟାନ୍ ସହରଗୁଡିକରେ ବୟସସୀମା କୋହଳ କରାଯାଉ ।’

ଏହା ସହ ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣର ଟିକା ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଟିକା ନଷ୍ଟ ପରିମାଣ କମ୍ ରହିଛି । ଟିକା ନେବାକୁ ଓଡିଶାବାସୀ ଆଗ୍ରହୀ ଅଛନ୍ତି । ମାତ୍ର ଟିକା ଉପଲବ୍ଧ ନଥିବାରୁ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.