fbpx

ପୁଣି ନବୀନ ନମ୍ବର-୧, ଲୋକପ୍ରିୟତାରେ ସବୁଠୁ ଆଗରେ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ରାଜ୍ୟ ପାଇଁ ଗର୍ବ ଆଣିଦେଇଛନ୍ତି ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟତାରେ ଦେଶର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପଛରେ ପକାଇ ହୋଇଛନ୍ତି ନମ୍ବର ୱାନ । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ ପୋଲ ସର୍ଭେରୁ ଆସିଛି ଏଭଳି ରିପୋର୍ଟ । ନବୀନ ମୋଟ ୭୮ ପ୍ରତିଶତ ଭୋଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ଏହି ତାଲିକାରେ ଅସମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ୬୩ ପ୍ରତିଶତ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ୬୧ ପ୍ରତିଶତ ଭୋଟ ପାଇ ତାମିଲନାଡ଼ୁ ସିଏମ ଏମକେ ଷ୍ଟାଲିନ ତୃତୀୟ ସ୍ଥାନରେ ରହିଛନ୍ତି । ତେବେ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୫୩ ପ୍ରତିଶତ ଲୋକ ପସନ୍ଦ କରିଥିବା ବେଳେ ରାହୁଲ ଗାନ୍ଧିଙ୍କୁ ୯ ପ୍ରତିଶତ ଲୋକ ଭୋଟ ଦେଇଛନ୍ତି ।

ତେବେ ଯଦି ବର୍ତ୍ତମାନ ଭାରତବର୍ଷରେ ଲୋକସଭା ନିର୍ବାଚନ ହୁଏ ତେବେ ବିଜେପି ନେତୃତ୍ୱାଧିନ ଏନଡିଏକୁ ୨୮୬ଟି ସିଟ୍ ମିଳିବ । ସେହିପରି କଂଗ୍ରେସ ନେତୃତ୍ୱାଧିନ ୟୁପିଏକୁ ୧୪୬ଟି ସିଟ୍ ମିଳିବ । ଅନ୍ୟ ଦଳମାନେ ୧୧୧ଟି ସିଟରେ ଜିତିବେ ବୋଲି ପୋଲ ସର୍ଭେରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ କ୍ଷମତାରେ ରହି ନବୀନ ଦେଶରେ ରେକର୍ଡ ସୃଷ୍ଟି କରିଛନ୍ତି । ଜ୍ୟୋତି ବସୁ, ମାଣିକ ସରକାରଙ୍କ ପରି କିଛି ରାଜନେତାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ରାଜନେତା ୨୦ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିପାରି ନାହାନ୍ତି । ଏସବୁ ସମ୍ଭବ ହୋଇଛି ନବୀନଙ୍କ ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତୀ ଯୋଗୁଁ । ରାଜନୀତି କ୍ଷେତ୍ରରେ ନବୀନଙ୍କ ଗୋଟିଚାଳନା, ନିଷ୍ପତ୍ତି ଆଗରେ କାହିଁ କେତେ କେତେ ମହାରଥୀମାନେ ହାର୍ ମାନିଛନ୍ତି । ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଈଶ୍ୱର ଶତ ପରମାୟୁ ଦିଅନ୍ତୁ, ସେ ଏପରି କ୍ଷମତାରେ ରହି ରାଜ୍ୟବାସୀଙ୍କୁ ସୁଶାସନ ପ୍ରଦାନ କରୁଥାନ୍ତୁ, ଏହା ହିଁ ଆମର କାମନା ।

Get real time updates directly on you device, subscribe now.