ନବୀନଙ୍କ ମହାନତା, ବର୍ଦ୍ଧିତ ଦରମା ନେବେନି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ରୋକଠୋକ୍ ଜଣାଇଦେଲେ ବିରୋଧୀ ଦଳ ନେତା, ଗରିବଙ୍କୁ ବାଣ୍ଟିଦିଅ…
"ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ।"
ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ମହାନତା… ବର୍ଦ୍ଧିତ ଦରମା ନନେବାକୁ ନବୀନଙ୍କ ନିଷ୍ପତ୍ତି। ବର୍ଦ୍ଧିତ ଦରମା ନନେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ନେଇଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ଅବଗତ କରାଇଲେ ନବୀନ। ତାସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ କହିଲେ ବର୍ଦ୍ଧିତ ଦରମା ଗରିବଙ୍କ ସେବାରେ ବିନିଯୋଗ କରାଯାଉ।
ହଁ ଆଜ୍ଞା ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା, ଭତ୍ତା ଓ ପେନସନ୍ ବିଲ-୨୦୨୫ ଗୃହରେ ପାରିତ ହେବାପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ଅନେକ ରାଜନୈତିକ ନାପସନ୍ଦ ମଧ୍ୟ କରିଛନ୍ତି।
କାରଣ ଓଡ଼ିଶା ଭଳି ଗରୀବ ଦେଶରେ ଯେଉଁଠି କର୍ମଚାରୀ ୧୦ ହଜାର ଟଙ୍କାରେ ଖଟୁଛନ୍ତି ସେଠି ବିଧାୟକମାନେ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବେ। ଯାହାକୁ ନେଇ ବିବାଦ ଜୋର ଧରିଛି।
ପୂର୍ବରୁ ମଧ୍ୟ ବିଜେଡିର ଅନେକ ବିଧାୟକ ଏହି ବର୍ଦ୍ଧିତ ଦରମା ନେବେନାହିଁ ବୋଲି କହିଥିଲେ। ଆଉ ଏବେ ଖୋଦ୍ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ଏହି ବର୍ଦ୍ଧିତ ଦରମା ନେବେନି ବୋଲି ରୋକଠୋକ୍ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଦେଲେ।
ଯଦି ଦେଖିବା ବିଧାୟକମାନେ ପୂର୍ବରୁ ମୂଳ ଦରମା ବାବଦରେ ୪୦ ହଜାର ଟଙ୍କା ପାଉଥିବାବେଳେ ଏଣିକି ତାହାକୁ ୯୬ ହଜାର ଟଙ୍କାଙ୍କୁ ବୃଦ୍ଧି କରାଯାଇଛି। ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ଭତ୍ତା ମଧ୍ୟ ମିଳିବ।
ବିଧାୟକମାନଙ୍କୁ ନିର୍ବାଚନମଣ୍ଡଳୀ ଓ ଲୋକସେବା ଭବନ ଗସ୍ତ ଖର୍ଚ୍ଚ ଭତ୍ତା ବାବଦକୁ ୨୦ ହଜାର ବଦଳରେ ୭୫ ହଜାର ଟଙ୍କା ମିଳିବ। କମିଟି ବୈଠକ ଭତ୍ତା ୧୫୦୦ ଟଙ୍କା ବଦଳରେ ୩୦୦୦ ପାଇବେ।
ରାଜ୍ୟ ବାହାରେ ବୈଠକ ପାଇଁ ଦୈନିକ ୨୦୦୦ ବଦଳରେ ୧୦ ହଜାର ମିଳିବ। ରାଜ୍ୟ ଭିତରେ କାର ଯାତ୍ରା ପାଇଁ କିଲୋମିଟର ପିଛା ୨୫ ଟଙ୍କା ବଦଳରେ ମିଳିବ ୩୫ ଟଙ୍କା।
ମାସିକ ଯାନ ବାହନ ଭତ୍ତା ୧୫ ହଜାର ବଦଳରେ ମିଳିବ ୫୦ ହଜାର ଟଙ୍କା। ମାସକୁ ପୁସ୍ତକ କିଣିବା ପାଇଁ ୨୦୦୦ ବଦଳରେ ମିଳିବ ୧୦ ହଜାର, ବିଜୁଳି ବିଲ ପାଇଁ ୫୦୦୦ ବଦଳରେ ୨୦ ହଜାର ଟଙ୍କା, ଚିକିତ୍ସା ଖର୍ଚ୍ଚ ୫୦୦୦ ଟଙ୍କା ବଦଳରେ ୩୫ ହଜାର ମିଳିବ, କ୍ୱାର୍ଟର୍ସ ମିଳି ନ ଥିବା ବିଧାୟକଙ୍କୁ ରହଣି ପାଇଁ ଦିନକୁ ୧୦୦୦ ଟଙ୍କା ବଦଳରେ ମିଳିବ ୨୦୦୦ ଟଙ୍କା।
ଗାଡି କିଣିବା ପାଇଁ ୫ ଲକ୍ଷ ଟଙ୍କା ବଦଳରେ ୧୦ ଲକ୍ଷ ଟଙ୍କା ମିଳିବ। ଗାଡ଼ି କିଣା ଖର୍ଚ୍ଚ, କମିଟି ବୈଠକ ଭତ୍ତା, ରାଜ୍ୟ ବାହାର ବୈଠକ ଭତ୍ତା, ରାଜ୍ୟ ଭିତରେ କାର ଯାତ୍ରା ଭତ୍ତାକୁ ବାଦ ଦେଲେ ଅନ୍ୟାନ୍ୟ ଭତ୍ତା ଏବଂ ମୂଳ ଦରମାକୁ ମିଶାଇ ବିଧାୟକମାନେ ମାସିକ ୩ ଲକ୍ଷ ୨୬ ହଜାର ଟଙ୍କା ପାଇବେ।
ସେହିପରି ପୂର୍ବତନ ବିଧାୟକମାନେ ପୂର୍ବରୁ ୩୬ ହଜାର ଟଙ୍କା ପାଉଥିଲାବେଳେ ଏବେ ୯୨ ହଜାର ଟଙ୍କା ଦରମା ପାଇବେ। ହେଲେ ବିରୋଧୀ ଦଳ ନେତା ଏହି ଦରମା ନେବେନି।
