fbpx

ଶପଥ ନେଲେ ନବୀନଙ୍କ ନୁଆ ଟିମ୍, ୮ ରାଷ୍ଟ୍ର ମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶପଥ ଗ୍ରହଣ କରିଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ। ଲୋକସେବା କନଭେସନ ହଲରେ ନବୀନଙ୍କ ନୂଆ ଟିମ୍ ର ୧୩ କ୍ୟାବିନେଟ୍ ମନ୍ତ୍ରୀ ଓ ୮ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ୍ ।

ରାଷ୍ଟ୍ରମନ୍ତ୍ରୀ ଭାବରେ ସର୍ବପ୍ରଥମେ ସମୀର ରଞ୍ଜନ ଦାଶ ଶପଥ ଗ୍ରହଣ କରିଛନ୍ତି ପୁର୍ବରୁ ସେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଥିଲେ। ତାଙ୍କ ପରେ ଜଳେଶ୍ୱର ବିଧାୟକ ଅଶ୍ୱୀନି କୁମାର ମଧ୍ୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବରେ ଶପଥ ଗ୍ରହଣ କରିଛନ୍ତି। ସେହିପରି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଢ଼ାଇ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବରେ ଶପଥ ନେଇଛନ୍ତି।

ପୁର୍ବରୁ କ୍ରିଡ଼ା ମନ୍ତ୍ରୀ ଥିବା ତୁଷାରକାନ୍ତି ବେହେରା ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବରେ ଶପଥ ନେଇଛନ୍ତି। ପୋଲସରା ବିଧାୟକ ଶ୍ରିକାନ୍ତ ସାହୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଓ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ(ସ୍ୱାଧୀନ) ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ବିଜେପୁର ବିଧାୟିକା ରିତା ସାହୁ(ସ୍ୱାଧୀନ) ଏବଂ କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମ୍ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବରେ ଶପଥ ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.