fbpx

ସିଦ୍ଧୁ ପଞ୍ଜାବର ରାଖୀ ସାୱନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି ସମାଲୋଚନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି।

ଚଡ୍ଡା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ ସିଦ୍ଧୁ ଅବୈଧ ବିବୃତ୍ତି କରିବାର ରୋଗରେ ପୀଡିତ, ତେଣୁ ତାଙ୍କର ଅଭ୍ୟାସରୁ ସେ ଏପରି ବିବୃତ୍ତି ଦେଉଛନ୍ତି। ସେ କହିଛନ୍ତି ଯେ ସିଦ୍ଧୁ ଦେଉଥିବା ମନ୍ତବ୍ୟ ଗୁରୁତ୍ୱହିନ। ତାଙ୍କ କଥାର କିଛି ଗୁରୁତ୍ୱ ନଥାଏ ଏବଂ ପ୍ରତ୍ୟେକ ସ୍ଥାନରେ ମଜା ଥଟା କରିବାର ଏକ ପାତ୍ର ଭାବେ ପରିଗଣିତ ହୋଇଥାନ୍ତି।

Get real time updates directly on you device, subscribe now.