fbpx

ରୋଡ୍ ରେଜ କେସରେ ନବଜୋତ ସିଂହ ସିଦ୍ଧୁଙ୍କୁ ଜେଲ୍, ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ପାର୍କିଂକୁ ନେଇ ବଚସା ମାମଲାରେ ନବଜୋତ ସିଂହ ସିଦ୍ଧୁଙ୍କୁ ବଡ ଝଟକା। ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲା ୧୯୯୮ରେ ଘଟିଥିଲା। ସିଦ୍ଧୁଙ୍କୁ ପ୍ରଥମେ ଏହି ମାମଲାରେ ଆଶ୍ଵସ୍ତି ମିଳିଥିଲା। ହେଲ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା, ତାଙ୍କ ପରିବାର ପକ୍ଷରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହା ଉପରେ ଶୁଣାଣି କରି ଗୁରୁବାର ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୁପ୍ରିମକୋର୍ଟ ନବଜୋତ ସିଂହ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ୨୦୧୮ ମେରେ ଦେଇଥିବା ନିଜ ଆଦେଶର ସମୀକ୍ଷା କରିଛନ୍ତି। ଆଦେଶ ଅନୁସାରେ ଏବେ ପଞ୍ଜାବ ପୋଲିସ ସିଦ୍ଧୁଙ୍କୁ ହେପାଜତରେ ନେବ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଯଥା ସମ୍ଭବ ଗୋଟିଏ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

କଣ ମାମଲା

ନବଜୋତ ସିଂହ ସିଦ୍ଧୁ ୧୯୮୮ରେ ପଟିଆଲାରେ ପାର୍କିଂକୁ ନେଇ  ଝଗଡା କରିଥିଲେ। ଏଥିରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହୃଦଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସିଦ୍ଧୁ କହିଥିଲେ. ଏହି ମାମଲାରେ ପ୍ରଥମେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ୧ ହଜାର ଜରିମାନା ଲଗାଇ ଛାଡି ଦେଇଥିଲା। ଏହା ବିରୋଧରେ ପୀଡିତ ପକ୍ଷ କୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରିଥିଲେ।

ଭାରତୀୟ ଦଣ୍ଡ ସଂହିତାର ଧାରା ୩୨୩ ଅନୁସାରେ, ଯେଉଁ ବ୍ୟକ୍ତି ଜାଣିଶୁଣି କାହାକୁ ଆଘାତ ଦିଏ ତାଙ୍କୁ ସର୍ବାଧିକ ଗୋଟିଏ ବର୍ଷ ଜେଲ୍ ଦଣ୍ଡର ପ୍ରାବଧାନ ରହିଛି। ଏହା ଅନୁଯାୟୀ ଦୋଷୀଙ୍କୁ ଗୋଟିଏ ବର୍ଷ କାରାବାସ କିମ୍ବା ହଜାରେ ଟଙ୍କା ଜରିମାନା କିମ୍ବା ଉଭୟ ଏକ ସଙ୍ଗେ ଦଣ୍ଡିତ କରାଯାଇ ପାରିବ।

Get real time updates directly on you device, subscribe now.