fbpx

ଅଗଷ୍ଟ ୧୧ରେ ନବୋଦୟ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସମଗ୍ର ଦେଶରେ ମୋଟ ୧୧ ହଜାର ୧୮୨ଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସର୍ବମୋଟ ୪୭ ହଜାର ୩୨୦ଟି ସ୍ଥାନ ପାଇଁ ଚଳିତ ବର୍ଷ ୨୪ ଲକ୍ଷ ୧୭ ହଜାର ୯ ଜଣରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି । ଜୁଲାଇ ୨୩ ତାରିଖରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ଆଡମିଡ୍ କାର୍ଡ ଡାଉନଲୋଡ୍ କରିପାରିବେ । ତେବେ ପରୀକ୍ଷା ଏକାଧିକ ଭାଷାରେ କରାଯିବା ସହ ୨ ଘଣ୍ଟାର ସମୟ ଅବଧି ମଧ୍ୟରେ ୧୦୦ ମାର୍କର ପରୀକ୍ଷା ହେବ । ତେବେ ଓଏମଆରରେ ୮୦ଟି ମଲଟିପୁଲ୍ ପ୍ରଶ୍ନ ରହିବ । ଚଳିତ ବର୍ଷ କରୋନା ସକାଶେ ସମସ୍ତ ସ୍କୁଲ, କଲେଜ ଦୀର୍ଘଦିନ ଧରି ବନ୍ଦ ରହିବା ସହ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା ।

Get real time updates directly on you device, subscribe now.