fbpx

ଡ୍ରଗ୍ସ କେସରେ ସୁଶାନ୍ତ ସିଂହଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀଙ୍କୁ ନାର୍କୋଟିସ୍ କଂଟ୍ରୋଲ ବ୍ୟୁରୋ(ଏନସିବି)ର ଟିମ ଶୁକ୍ରବାର ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ପିଠାନୀଙ୍କୁ ହାଇଦ୍ରାବାଦରୁ ଗିରଫ କରି ମୁମ୍ବାଇ ଆଣିଛି । ଅନ୍ୟପଟେ ଗତ ସପ୍ତାହରେ ପିଠାନୀଙ୍କ ନିର୍ବନ୍ଧ ସରିିଛି । ନିର୍ବନ୍ଧର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ମଧ୍ୟ ହୋଇଥିଲା ।

ଏନସିବି ସିଦ୍ଧାର୍ଥଙ୍କ ବିରୋଧରେ ଧାରା ୨୮, ୨୯ ଓ ୨୭ ଏ ଆଧାରରେ କେସ୍ ରୁଜୁ କରିଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ସମୟରେ ଡ୍ରଗ୍ସ କେସ୍ ଦିଗ ସାମ୍ନାକୁ ଆସିଥିଲା । ଏହା ପରେ ଏନସିବି ଏହି ଦିଗରେ ତଦନ୍ତ ଜୋରଦାର କରି ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତୀ ସମେତ ଅନେକ ଲୋକଙ୍କୁ ଗିରଫ କରିଥିଲା। ଏବେ ଏନସିିବି ପଞ୍ଝାରେ ପିଠାନୀ ପଡିଛନ୍ତି ।

ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡିତ ଅନେକ ଲୋକଙ୍କ ନାମ ଗଣମାଧ୍ୟମ ସାମ୍ନାକୁ ଆସିଥିଲା । ଏଥିରେ ସିଦ୍ଧାନୀ ପିଠାନୀ ବଡ ଚେହେରା ଥିଲେ । କୁହାଯାଉଛି ସୁଶାନ୍ତଙ୍କ ମୃତଦେହକୁ ପ୍ରଥମ କରି ସିଦ୍ଧାର୍ଥ ପିଠାନୀ ପଙ୍ଖାରେ ଝୁଲୁଥିବା ଦେଖିଥିଲେ । ଏହା ପରେ ସେ ପୁଲିସ ଓ ହସ୍ପିଟାଲକୁ ଫୋନ କରିଥିଲେ।

ସୁଶାନ୍ତଙ୍କ ପ୍ରଶଂସକ ମତରେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ପିଠାନୀ ମଧ୍ୟ ସାମିଲ । ପିଠାନୀ ସୁଶାନ୍ତଙ୍କ କ୍ରିଏଟିଭ୍ କଂଟେଟ୍ ମ୍ୟାନେଜର ଥିଲେ। ସେ ସୁଶାନ୍ତଙ୍କ ସହ ଗୋଟିଏ ଫ୍ଲାଟରେ ହିଁ ରହୁଥିଲେ । କିନ୍ତୁ ସିଦ୍ଧାର୍ଥ କହିଥିଲେ ଯେ, ସେ ରିୟା ଚକ୍ରବର୍ତୀଙ୍କୁ ଜାଣନ୍ତି ନାହିଁ ଏବଂ ସୁଶାନ୍ତଙ୍କୁ ମଧ୍ୟ ଏହି ବିଷୟରେ କିମ୍ବା ତାଙ୍କ ବ୍ୟକ୍ତିଗତ ବିଷୟରେ କେବେ ପଚାରନ୍ତି ନାହିଁ ।

ସୂଚନାଯୋଗ୍ୟ, ଗତ ବର୍ଷ ଜୁନ ୧୪ରେ ସୁଶାନ୍ତଙ୍କ ମୃତ୍ୟୁ ଘଟିଥିଲା । ସେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ନିଜ ଫ୍ଲାଟରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ । ସଂପ୍ରତି ସିବିଆଇ ସହ ଅନେକ ଯାଂଚ ଏଜେନ୍ସି ଏହି ମାମଲାର ତଦନ୍ତ କରୁଛନ୍ତି । କିନ୍ତୁ ମୃତ୍ୟୁର ପୂର୍ବ ରାତି ପ୍ରାୟ ୧ଟାରେ ପିଠାନୀ ଶେଷ ଥର ସୁଶାନ୍ତଙ୍କ ସହ କଥା ହୋଇଥିଲେ । ଉଭୟ ଲକଡାଉନ ସମୟରେ ଏକାଠି ରହୁଥିଲେ ।

Get real time updates directly on you device, subscribe now.