fbpx

NCERTକୁ ମିଳିବ Deemed University ମାନ୍ୟତା, UGC ପକ୍ଷରୁ ମିଳିଲା ମଞ୍ଜୁରୀ

ନୂଆଦିଲ୍ଲୀ: ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି)କୁ ମିଳିବ ଡିମଡ୍ ୟୁନିଭରସିଟି ମାନ୍ୟତା । ବିଶ୍ୱବିଦ୍ୟାଳୟ ଗ୍ରାଣ୍ଟସ କମିସନ (ୟୁଜିସି) କାର୍ଯ୍ୟକାରୀ ସମିତି ପକ୍ଷରୁ ଏନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି । ପୂର୍ବରୁ ଏନସିଇଆରଟି ପକ୍ଷରୁ ୟୁଜିସି ନିକଟରେ ଆବେଦନ କରାଯାଇଥିଲା । ତେବେ ୟୁଜିସିର କାର୍ଯ୍ୟକାରୀ ସମିତି ପକ୍ଷରୁ ଉକ୍ତ ଆବେଦନକୁ ଅନୁମୋଦନ ମିଳିଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

କାର୍ଯ୍ୟକାରୀ ସମିତି ୟୁଜିସିର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣ ସଂସ୍ଥା ହୋଇଥିବା ବେଳେ ଶିକ୍ଷାମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଟନ୍ତି । ‘ଡି ନୋଭା’ କ୍ୟାଟେଗୋରୀରେ ଏନସିଇଆରଟିକୁ ଡିମଡ୍ ୟୁନିଭରସିଟି ଷ୍ଟାଟସ୍ ମିଳିବ । ଏହାଫଳରେ ଏଣିକି ଏନସିଇଆରଟି ଗ୍ରାଜୁଏସନ, ପୋଷ୍ଟ ଗ୍ରାଜୁଏସନ ଓ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରିପାରିବ । ଏଥିସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ, ପାଠ୍ୟକ୍ରମର ସରଞ୍ଚନା, ସଞ୍ଚାଳନ ଆଦି ମାମଲାରେ ଏନସିଇଆରଟିର ସ୍ୱାୟତ୍ତତା ରହିବ ।

ଏନସିଇଆରଟିକୁ ଡିମଡ ୟୁନିଭରସିଟି ମାନ୍ୟତା ମିଳିବା ପ୍ରସଙ୍ଗରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ‘ଡି ନୋଭା’ କ୍ୟାଟେଗୋରୀରେ ଏନସିଇଆରଟିକୁ ଡିମଡ୍-ଟୁ-ବି-ୟୁନିଭରସିଟିର ମାନ୍ୟତା ମିଳିବା ଫଳରେ ଆକାଡେମିକ କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ୧୯୬୧ ଭାରତ ସରକାରଙ୍କ ଦ୍ୱାରା ସୋସାଇଟି ଅଧିନିୟମ ଅନୁସାରେ ଏନସିଇଆରଟି ସ୍ଥାପନା କରାଯାଇଥିଲା ।

Get real time updates directly on you device, subscribe now.