ଜମାଖୋରୀ ଉପରେ ଲାଗିବ ରୋକ, ମିଳିବ ଅଧିକ କନଫର୍ମ ଟିକେଟ

ରେଳ ମନ୍ତ୍ରଣାଳୟ ଅନୁସାରେ, ଲମ୍ବା ସମୟ ପର୍ଯ୍ୟନ୍ତ ଆଡଭାନ୍ସ ବୁକିଂ ସୁବିଧାର ଫାଇଦା ଉଠାଇ ଅନେକ ସିଟ ପୂର୍ବରୁ ବୁକ୍ ହୋଇଯାଉଥିଲା। ପରେ ସେ ଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ଟିକେଟ ବାତିଲ ମଧ୍ୟ ହେଉଥିଲା

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଆଜିଠୁ ଆଡଭାନ୍ସ ଟିକେଟ ବୁକିଂ ନିୟମ ବଦଳାଇ ଦେଇଛି। ଏବେ ଯାତ୍ରୀମାନେ ଯାତ୍ରା ତାରିଖର ୬୦ ଦିନ ପୂର୍ବରୁ ଟିକେଟ୍ ବୁକିଂ କରିପାରିବେ। ରେଳବାଇ କହିଛି; ଏହି ପରିବର୍ତ୍ତନ ଯୋଗୁଁ ଟିକେଟ ଜମାଖୋରୀ ଉପରେ ରୋକ ଲାଗିବ। ଅଧିକ ଯାତ୍ରୀଙ୍କୁ କନଫର୍ମ ଟିକେଟ ମିଳିବାରେ ସାହାଯ୍ୟ ହେବ। ତେବେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ପୂର୍ବରୁ ବୁକ ହୋଇସାରିଥିବା ଟିକେଟ ଉପରେ ନୂଆ ନିୟମର କୌଣସି ପ୍ରଭାବ ପଡ଼ିବ ନାହିଁ।

ପୂର୍ବରୁ ବୁକ ହୋଇଥିବା ଟିକେଟ ଉପରେ ପ୍ରଭାବ ପଡିବ ନାହିଁ

ରେଳ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି; ୨୦୨୬ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଯେଉଁ ଯାତ୍ରା ପାଇଁ ପୂର୍ବରୁ ଟିକେଟ୍ ବୁକ ହୋଇସାରିଛି, ସେଗୁଡ଼ିକ ଉପରେ ନୂଆ ନିୟମର କୌଣସି ପ୍ରଭାବ ପଡିବ ନାହିଁ। ଯେଉଁ ଯାତ୍ରୀମାନେ ପୁରୁଣା ନିୟମ ଅନୁସାରେ ପୂର୍ବରୁ ଟିକେଟ ବୁକ କରିସାରିଛନ୍ତି, ସେମାନଙ୍କର ଯାତ୍ରା ପୂର୍ବ ପରି ଜାରି ରହିବ। ସେମାନଙ୍କୁ ପୁଣି ଟିକେଟ ବୁକ୍ କରିବା କିମ୍ବା କୌଣସି ପ୍ରକାରର ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ।

କାହିଁକି ବଦଳାଗଲା ନିୟମ?

Uttarakhand Govt.

ରେଳ ମନ୍ତ୍ରଣାଳୟ ଅନୁସାରେ, ଲମ୍ବା ସମୟ ପର‌୍ୟ୍ୟନ୍ତ ଆଡଭାନ୍ସ ବୁକିଂ ସୁବିଧାର ଫାଇଦା ଉଠାଇ ଅନେକ ସିଟ ପୂର୍ବରୁ ବୁକ୍ ହୋଇଯାଉଥିଲା। ପରେ ସେ ଗୁଡ଼ିକ ମଧ୍ୟରୁ ବହୁ ସଂଖ୍ୟାରେ ଟିକେଟ ବାତିଲ ମଧ୍ୟ ହେଉଥିଲା। ଏହା ଯୋଗୁଁ ଅନ୍ୟ ଯାତ୍ରୀଙ୍କୁ କନଫର୍ମ ଟିକେଟ ମିଳିବାରେ ଅସୁବିଧା ହେଉଥିଲା। ରେଳବାଇ ତଥ୍ୟ ଅନୁସାରେ, ଯାତ୍ରାର ୬୧ରୁ ୧୨୦ ଦିନ ପୂର୍ବରୁ କରାଯାଇଥିବା ପ୍ରାୟ ୨୧ ପ୍ରତିଶତ ଟିକେଟ ପରେ ବାତିଲ ହୋଇଯାଉଥିଲା। ଏହି କାରଣରୁ ଆଡଭାନ୍ସ ରିଜର୍ଭେସନ୍‌ର ଅବଧି କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଟ୍ରେନ୍ ଗୁଡ଼ିକରେ ନିୟମ ବଦଳି ନାହିଁ

ରେଳବାଇ କହିଛି; କେତେକ ଟ୍ରେନ୍‌ରେ ପୂର୍ବରୁ ଲାଗୁ ହୋଇଥିବା ଆଡଭାନ୍ସ ବୁକିଂ ସମୟ ସୀମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ‘ତାଜ ଏକ୍ସପ୍ରେସ’ ଓ ‘ଗୋମତୀ ଏକ୍ସପ୍ରେସ’ ଭଳି କିଛି ଦିନିକିଆ ଏକ୍ସପ୍ରେସ୍ ଟ୍ରେନ୍ ପୂର୍ବ ପରି ନିଜର ବର୍ତ୍ତମାନ ଆଡଭାନ୍ସ ବୁକିଂ ବ୍ୟବସ୍ଥାରେ ଚାଲୁ ରହିବ।

ଯାତ୍ରୀଙ୍କୁ କ’ଣ ଫାଇଦା ହେବ

ରେଳବାଇ ବିଶ୍ୱାସ କରେ ଯେ ନୂଆ ବ୍ୟବସ୍ଥା ଯୋଗୁଁ ଟିକେଟ୍ ଜମାଖୋରୀ ଉପରେ ରୋକ୍ ଲାଗିବ। ଅନେକ ଲୋକ ପୂର୍ବରୁ ବଡ଼ ସଂଖ୍ୟାରେ ଟିକେଟ୍ ବୁକ୍ କରି ପରେ ସେଗୁଡ଼ିକୁ ବାତିଲ୍ କରି ଦେଉଥିଲେ। ଏବେ ବୁକିଂ ଅବଧି କମ ହେବା ଯୋଗୁଁ ସିଟ୍ ଗୁଡ଼ିକ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ଲକ୍ ରହିବ ନାହିଁ। ଆବଶ୍ୟକତା ଥିବା ଯାତ୍ରୀଙ୍କୁ କନଫର୍ମ ଟିକେଟ୍ ମିଳିବାର ସମ୍ଭାବନା ବଢିବ। ରେଳ ମନ୍ତ୍ରଣାଳୟ କହିଛି; ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଟିକେଟ୍ ବୁକିଂ ପ୍ରକ୍ରିୟାକୁ ଅଧିକ ପାରଦର୍ଶୀ କରିବା ଏବଂ ସାଧାରଣ ଯାତ୍ରୀଙ୍କୁ ସୁବିଧା ଦେବା।