fbpx

ଯୁବକଙ୍କ ପେଟରୁ ବାହାରିଲା ଲୁହା କଣ୍ଟା, ଛୁଞ୍ଚି, ନଖ, ପେଚକସ, ଜାଣନ୍ତୁ କ’ଣ ରହିଛି ଘଟଣା ପଛର ରହସ୍ୟ

ଉତ୍ତରପ୍ରଦେଶରୁ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ ୧୮ ବର୍ଷୀୟ ଯୁବକଙ୍କ ପେଟରୁ ୩ ଇଞ୍ଚ ଲମ୍ବର ଲୁହା କଣ୍ଟା, ଛୁଞ୍ଚି, ପେଚକସ ବାହାରିଛି । ଉନ୍ନାଓର ଭଟୱା ଗାଁର ବାସିନ୍ଦା କରଣଙ୍କ ପେଟରେ ଏହି ସବୁ ଜିନିଷ ରହିଥିଲା । ଅତ୍ୟଧିକ ଯନ୍ତ୍ରଣା ହେବାରୁ କରଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସବୁ ସତ୍ୟ ସାମନାକୁ ଆସିଥିଲା ।
ଡାକ୍ତରମାନେ କରଣଙ୍କ ଶରୀରକୁ ସ୍କାନ କରିବା ପରେ ପେଟରେ ଛୁଞ୍ଚି, ଲୁହା କଣ୍ଟା, ପେଚକସ ରହିଥିବା ଜାଣିବାକୁ ପାଇଥିଲେ । ଏଥିପାଇଁ ଡାକ୍ତରମାନେ ଦୀର୍ଘ ୩ ଘଣ୍ଟା ଧରି ଅସ୍ତ୍ରୋପଚାର କରିଥିଲେ । ପେଟରୁ ୩୦ଟି ଲୁହା କଣ୍ଟା, ଚାରି ଇଞ୍ଚ ବିଶିଷ୍ଟ ଲୁହା ରଡ଼, ୪ଟି ସିଲେଇ ମେସିନ ଛୁଞ୍ଚି ମିଳିଥିଲା । କରଣଙ୍କ ପିତା ପୋଲିସକୁ ସୂଚନା ଦେଇଥିଲେ ଯେ, ତାଙ୍କ ପୁଅ ମାନସିକ ବିକାରଗ୍ରସ୍ତ ଥିଲେ । ଏହି ସମସ୍ତ ଜିନିଷ କରଣ କେତେବେଳେ ଖାଇଛନ୍ତି ତାହା କେହି ଜାଣି ନାହାନ୍ତି । ଏସବୁ ଜିନିଷ ଗିଳିବା ନେଇ ଡାକ୍ତରଙ୍କ କୌଣସି ପ୍ରଶ୍ନର ଉତ୍ତର କରଣ ଦେଇ ପାରିନଥିଲେ । ଏହି ଘଟଣାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.