fbpx

ଛୋଟ ବେଳେ ଡାକ୍ତରଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି ନୀନା ଗୁପ୍ତା, କହିଲେ- ଡର ଲାଗୁଥିଲା…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତା ନିଜର ଭିନ୍ନ ଅନ୍ଦାଜ୍ ଓ ଜବରଦସ୍ତ ଅଭିନୟ ପାଇଁ ଇଣ୍ଡଷ୍ଟ୍ରୀରେ ଖୁବ୍ ଜଣାଶୁଣା । ସେ ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ଭାବରେ କଥା ହୋଇଥାନ୍ତି । ଏପରିକି ସେ ଏକଦମ୍ ବିନ୍ଦାସ ନଜର ଆସନ୍ତି । ତେବେ ବଡ଼ ବଜେଟ୍ ଫିଲ୍ମରେ ଷ୍ଟ୍ରଙ୍ଗ ଅଭିନେତ୍ରୀ ଭୂମିକାରେ ଦେଖିବାକୁ ମିଳୁଥିବା ନୀନାଙ୍କ ଛୋଟ ବେଳ ଖୁବ୍ ଯନ୍ତ୍ରଣାଦାୟକ ରହିଛି । ବାସ୍ତବରେ ନୀନା ନିକଟରେ ଖୁଲାସା କରିଛନ୍ତି ଯେ, ସେ ଛୋଟ ବେଳେ ଯୌନ ଶୋଷଣର ଶିକାର ହୋଇଛନ୍ତି । ତାଙ୍କ ସହ ଏପରି ଅସଦାଚରଣ ଅନ୍ୟ କିଏ ନୁହେଁ ବରଂ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ହିଁ ଏପରି କରୁଥିଲେ । ସେ ନିଜ ମାଆଙ୍କ ସାମନାରେ ଏ ସମ୍ପର୍କରେ କେବେ ଳବି କିଛି ଖୋଲି ପ୍ରକାଶ କରିନାହାନ୍ତି । କାରଣ ସେ ନିଜ ମାଆଙ୍କୁ ଖୁବ୍ ଭୟ କରୁଥିଲେ ।

ନୀନାଙ୍କୁ ଏପରି ଲାଗୁଥିଲା ଯେ, ଯାହାବି ତାଙ୍କ ସହିତ ଘଟୁଛି ସେଥିପାଇଁ ତାଙ୍କୁ ହିଁ ଦାୟୀ ବୋଲି ଦର୍ଶାଯିବ । ତେବେ ଚାଲନ୍ତୁ ଜାଣିବା ନିଜ ଜୀବନ ବିଷୟରେ କଣ ଖୁଲାସା କରିଛନ୍ତି ବଲିଉଡ୍ ର ଷ୍ଟ୍ରଙ୍ଗ ଅଭିନେତ୍ରୀ ନୀନା । ସେ କହିଛନ୍ତି ଯେ, ସେ ଯେବେ ସ୍କୁଲରେ ପାଠ ପଢ଼ୁଥିଲେ ସେ ସମୟରେ ଥରେ ନୀନା ନିଜ ଭାଇଙ୍କ ସହ ଅଟୋବାୟୋଗ୍ରାଫୀ କରିବା ପାଇଁ ଅର୍ଥାତ୍ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲେ । ଭାଇ ୱେଟିଂ ରୁମ୍ ରେ ବସିଥିବା ବେଳେ ନୀନା ଡାକ୍ତରଙ୍କ କ୍ୟାବିନ୍ ଭିତରେ ନିଜର ଚିକିତ୍ସା କରୁଥିଲେ । ସେ କହିଛନ୍ତି ଯେ, ଡାକ୍ତର ତାଙ୍କର ଆଖି ପରୀକ୍ଷା କରିବା ସମୟରେ ହଠାତ୍ ଆଖି ଚିକିତ୍ସା କରିବା ବଦଳରେ ଶରୀରର ଅନ୍ୟ ଜାଗାକୁ ଚେକ୍ କରିବାକୁ ଲାଗିଲେ । ଯାହା ସହିତ ଆଖିର କୌଣସି ସମ୍ବନ୍ଧ ହିଁ ନଥିଲା । ଯେତେବେଳେ ଏସବୁ ହେଲା ତାଙ୍କୁ ଖୁବ୍ ଜୋରରେ ଡର ଲାଗୁଥିଲେ । ସେ ନିଜ ଉପରେ ଘୃଣା କରିବାକୁ ଲାଗିଥିଲେ ଓ ଘରର ଏକ କୋଣରେ ବସି କାନ୍ଦିବାକୁ ଲାଗିଥିଲେ ବୋଲି କହିଛନ୍ତି ନୀନା ।

ନୀନା ଆଗକୁ କହିଛନ୍ତି ଯେ, ମୁଁ ସେହି ଘଟଣା ପରେ ଖୁବ୍ ଡରିଯାଇଥିଲି । ମାଆଙ୍କୁ ବି ଏ ମସ୍ପର୍କରେ କହିବାକୁ ମୋର ସାହାସ ହେଉନଥିଲା । ମୋତେ ଏହା ଲାଗୁଥିଲା ଯେ, ମାଆ ମୋତେ ଏଥିପାଇଁ ଦାୟୀ ବୋଲି ଦର୍ଶାଇବେ । ଏହାପରେ ଅନେକ ଥର ସେହି ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା ଓ ବାରମ୍ବାର ଉକ୍ତ ଡାକ୍ତର ମୋ ସହିତ ଏପରି ଖରାପ କାମ କରୁଥିଲା । ତେବେ ନୀନା ନିଜ ଜୀବନର ଏହି ସିକ୍ରେଟ୍ ସବୁକୁ ନିଜର ଅଟୋବାୟୋଗ୍ରାଫୀ ସଚ୍ କହୁଁ ତୋ ରେ ଉଲ୍ଲେଖ କରିଛନ୍ତି । ଏହି ବହିରେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ସିକ୍ରେଟ୍ ସମ୍ପର୍କରେ ଖୁଲାସା କରିଛନ୍ତି ।

Get real time updates directly on you device, subscribe now.