fbpx

ଆରମ୍ଭ ହେବାକୁ ଯାଉଛି NEET Counselling, ଇଚ୍ଛୁକ ପ୍ରାର୍ଥୀମାନେ କିପରି କରିବେ ଚେକ୍

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମେଡିକାଲ ପ୍ରବେଶିକ ପରୀକ୍ଷା ନିଟ ୨୦୨୧ର ରେଜଲ୍ଟ ଘୋଷଣା ହେବା ପରେ ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏବେ କାଉନସେଲିଂ ରାଉଣ୍ଡକୁ ଅପେକ୍ଷା କରିଛନ୍ତି । ମେଡିକାଲ କାଉନସେଲିଂ କମିଟି ବା (MCC) ଓ ଆୟୁଷ ଆଡମିଶନ ସେଣ୍ଟ୍ରାଲ କାଉନସେଲିଂ କମିଟି (AACCC) ସମେତ ରାଜ୍ୟ ଓ କେନ୍ଦ୍ରୀୟ କାଉନସେଲିଂ ସମିତିଗୁଡିକ ବର୍ତ୍ତମାନ ସୁଦ୍ଧା କାଉନସେଲିଂ ତାରିଖ ଘୋଷଣା କରିନାହାନ୍ତି । କିନ୍ତୁ ଅନଲାଇନ୍ କାଉନସେଲିଂ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଏମସିସିର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଥିବା ସଂକ୍ଷିପ୍ତ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।

ନିଟ୍ ୨୦୨୧ କଟ୍ ଅଫ୍ କ୍ଲିଅର କରିଥିବା ପ୍ରାର୍ଥୀମାନେ ୧୫% ଅଲ ଇଣ୍ଡିଆ ସିଟ୍ ପାଇଁ mcc.nic.in ରେ ଓ ଆୟୁଷ ପାଠ୍ୟକ୍ରମରେ ଆଡମିଶନ ପାଇଁ aaccc.gov.inରେ ଅନଲାଇନ୍ ଆବେଦନ କରିପାରିବେ । ପ୍ରାର୍ଥୀମାନଙ୍କୁ ବିଏଚଏମଏସ, ବିୟୁଏମଏସ, ବିଏଏମଏସ ଓ ବିଏସଏମଏସ ପାଠ୍ୟକ୍ରମରେ ଆଡମିଶନ ମିଳିବ । ପ୍ରାର୍ଥୀମାନଙ୍କୁ ଅନଲାଇନ୍ କାଉନସେଲିଂ ପାଇଁ ନିର୍ଦ୍ଧାରିତ ଫିସ୍ ଜମା କରିବାକୁ ପଡିବ । ଆନ୍ଧ୍ରପ୍ରଦେଶ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ରାଜ୍ୟରେ ନିଟ୍ ୨୦୨୧ କାଉନସେଲିଂ କେବେ ଅନୁଷ୍ଠିତ ହେବ ସେନେଇ ରାଜ୍ୟ କାଉନସେଲିଂ ସଂସ୍ଥା ପକ୍ଷରୁ କୌଣସି ସୂଚନା ପ୍ରକାଶ ପାଇନାହିଁ । ଇଚ୍ଛୁକ ପ୍ରାର୍ଥୀମାନେ କାଉନସେଲିଂ ରାଉଣ୍ଡରେ ସାମିଲ ହେବାକୁ ଚାହୁଁଥିଲେ ଅଫିସିଆଲ୍ ୱେବସାଇଟ୍ mcc.nic.in ଉପରେ ନଜର ରଖନ୍ତୁ ।

Get real time updates directly on you device, subscribe now.