fbpx

ନିଟ୍‌ ମହାଦୁର୍ନୀତିର ପର୍ଦ୍ଦାଫାସ : ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ସିଟ୍‌, ୮ ଜଣଙ୍କୁ ବାନ୍ଧିଲା ସିବିଆଇ

ନୂଆଦିଲ୍ଲୀ: ମେଡିକାଲ କଲେରେ ନାଁ ଲେଖାଇବା ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଛି ବ୍ୟାପକ ଦୁର୍ନୀତି । ଏହି ଦୁର୍ନୀତି ସହ ଜଡ଼ିତ ଗୋଟିଏ ବଡ଼ ତଥ୍ୟ ଆଜି ସାମ୍ନାକୁ ଆସିଛି । ମେଡିକାଲ କଲେଜରେ ଆଡମିସନ ପାଇଁ ଆଶାୟୀଙ୍କୁ ଦେବାକୁ ପଡ଼ିଛି ଲକ୍ଷାଧିକ ଟଙ୍କା । ବିନା ପରୀକ୍ଷାରେ ଦଲାଲ ମାନେ ଆଶାୟୀଙ୍କୁ ଗୋଟିଏ ଗୋଟିଏ ସିଟ୍‌ ୨୦ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି । ତଦନ୍ତ ବେଳେ ସିବିଆଇ ଏପରି ଚାଞ୍ଚଲ୍ୟକର ତଥ୍ୟ ବିଷୟରେ ଜାଣିବାକୁ ପାଇଛି । ସିବିଆଇ ସୋମବାର ନିଟ୍‌ ପରୀକ୍ଷା ହୋଇଥିବା ଦୁର୍ନୀତି ଘଟଣାରେ ୮ ଜଣଙ୍କୁ ଗିରଫ କରିଥିଲା । ଏବେ ସିବିଆଇ ୫ ରାଜ୍ୟରେ ଆଶାୟୀଙ୍କ ଠାରୁ ଟଙ୍କା ନେଇ ମେଡିକାଲ ସିଟ୍‌ ଯୋଗାଇ ଦେବାର କାମ କରୁଥିବା ଗୋଟିଏ ରାକେଟ ବିଷୟରେ ଜାଣିବାକୁ ପାଇଛି ।

ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ରାକେଟର ସଦସ୍ୟମାନେ ଆଶାୟୀଙ୍କ ସହ ଗୋଟିଏ ଗୋଟିଏ ମେଡିକାଲ ସିଟ୍‌ ପାଇଁ ୨୦ ଲକ୍ଷ ଟଙ୍କାର ଡିଲ କରୁଥିଲେ । ଏହା ମଧ୍ୟରୁ ନକଲି ପରୀକ୍ଷାର୍ଥୀ ସାଜି ନିଟ୍‌ ପ୍ରଶ୍ନତ୍ରର ସମ୍ମୁଖୀନ ହେଉଥିବା ପିଲା ୫ ଲକ୍ଷ ଟଙ୍କା ନେଉଥିଲେ । ବାକି ଟଙ୍କା ମଧ୍ୟସ୍ଥି ଓ ରାକେଟରେ ଥିବା ଅନ୍ୟ ସଦସ୍ୟମାନେ ଭାଗବାଣ୍ଟି ନେଉଥିଲେ । ସୋମବାର ସିବିଆଇ ଦିଲ୍ଲୀରେ ନକଲି ପରୀକ୍ଷାର୍ଥୀ ସାଜି ନିଟ ପରୀକ୍ଷାର ପ୍ରଶ୍ନ ପତ୍ରର ସମାଧାନ କରିଥିବା ୬ ଜଣଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରିଥିଲା ।

Get real time updates directly on you device, subscribe now.