fbpx

Netflix ଓ Amazon ସିରିଜ୍ ଦେଖୁଥିଲେ ନିଟ୍ ଟପ୍ପର; ଶେୟାର କଲେ ପାଠପଢା ରୁଟିନ୍

ନୂଆଦିଲ୍ଲୀ: ସାଧାରଣତଃ ଟପ୍ପର ମାନେ ପାଠ ପଢାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଥାନ୍ତି । ତେବେ ନିଟ୍-ୟୁଜିରେ ଟପ୍ପର ହୋଇଥିବା ମ୍ରିଣାଲ କୁଟ୍ଟେରୀଙ୍କ ମତ କିନ୍ତୁ ସମ୍ପୂର୍ଣ୍ଣ ଅଲଗା । ସେ ପାଠପଢା ସହିତ ସମାନ ଭାବରେ ନେଟ ଫ୍ଲିକ୍ସ ଓ ଆମାଜନ ପ୍ରାଇମର ସିରିଜ ଦେଖୁଥିଲେ ବୋଲି କହିଛନ୍ତି ମ୍ରିଣାଲ । ନିୟମିତ ଭାବରେ ଦୈନିକ ପାଠପଢା ରୁଟିନରେ ବିଶ୍ୱାସ କରୁନଥିବା ମ୍ରିଣାଲ ନିଜ ପାଇଁ ଏକ ରୁଟିନ ପ୍ରସ୍ତୁତ କରିଥିଲେ । ଏହି ରୁଟିନ୍ ଅନୁଯାୟୀ ମ୍ରିଣାଲ ପାଠ ପଢୁଥିଲେ ଏବଂ ନିଜର ହବି ପରିତ୍ୟାଗ କରିନଥିଲେ । ମ୍ରିଣାଲ ନିଜ ପାଠପଢାର ଏକ ବିଧିବଦ୍ଧ ରୁଟିନ ପ୍ରସ୍ତୁତ କରିଥିଲେ ଏବଂ ଏହା ସମାପ୍ତ କରି ସେ ୱେବସିରିଜ ଦେଖନ୍ତି ।

କେବଳ ପ୍ରସ୍ତୁତି ସମୟରେ ନୁହେଁ ପରୀକ୍ଷା ଚାଲିଥିବା ବେଳେ ସେ ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମର ସିରିଜ ଦେଖୁଥିଲେ ବୋଲି କହିଛନ୍ତି ମ୍ରିଣାଲ । ପ୍ରାରମ୍ଭରୁ ଇଞ୍ଜିନୟର ହେବାର ସ୍ୱପ୍ନ ଦେଖୁଥିବା ମ୍ରିଣାଲ ପରବର୍ତ୍ତୀ ସମୟରେ ଆର୍ମିରେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ । ଏହାପରେ ଡାକ୍ତର ହେବାର ସ୍ୱପ୍ନ ପାଇଁ ନିଟ ପ୍ରସ୍ତୁତି ଆରମ୍ଭ କରିଥିଲେ ମ୍ରିଣାଲ । ୩ ବର୍ଷର ପ୍ରସ୍ତୁତି ପରେ ୭୨୦ ମାର୍କରୁ ୭୨୦ ମାର୍କ ସହିତ ଟପ୍ପର ରହିଥିଲେ ମ୍ରିଣାଲ । ହାଇଦ୍ରାବାଦର ମ୍ରିଣାଲ ଦିଲ୍ଲୀ ସ୍ଥିତ ଏମ୍ସରେ ପାଠ ପଢିବାକୁ ଲକ୍ଷ୍ୟ ରଖିଛନ୍ତି ମ୍ରିଣାଲ ।

Get real time updates directly on you device, subscribe now.