fbpx

NEET UG counselling : AIQ ଓ ଷ୍ଟେଟ୍ ୱାଇଜ୍ କାଉନସେଲିଂ ପାଇଁ ସିଡ୍ୟୁଲ ଜାରି

ନୂଆଦିଲ୍ଲୀ: ଅଖିଳ ଭାରତୀୟ କୋଟା ଓ ରାଜ୍ୟ କୋଟାର ସିଟ୍ ଅଧିନରେ ଆଡମିଶନ ପାଇଁ NEET UG 2021 କାଉନସେଲିଂ ସିଡ୍ୟୁଲ ଜାରି କରାଯାଇଛି । ମେଡିକାଲ କାଉନସେଲିଂ କମିଟି, ଏମସିସିର ଅଫିସିଆଲ ୱେବସାଇଟ୍ mcc.nic.inରେ ଏହି ସିଡ୍ୟୁଲ ପ୍ରକାଶ ପାଇଛି । NEET UG 2021 AIQ କାଉନସେଲିଂର ପ୍ରଥମ ରାଉଣ୍ଡ ୧୯ ଜାନୁଆରୀରେ ଆରମ୍ଭ ହେବ ଓ ରାଜ୍ୟ କୋଟା ପାଇଁ କାଉନସେଲିଂ ୨୭ ଜାନୁଆରୀ ୨୦୨୨ରୁ ଆରମ୍ଭ ହେବ ।

ଏକାଡେମିକ ଅଧିବେଶନ ୨୦୨୧-୨୨ ପାଇଁ ମେଡିକାଲରେ ପ୍ରବେଶ ପାଇଁ ୮ ଲକ୍ଷରୁ ଅଧିକ NEET UG 2021 ଯୋଗ୍ୟ ଛାତ୍ରଛାତ୍ରୀମାନେ ସ୍ନାତକୋତ୍ତର ମେଡିକାଲ ପାଠ୍ୟକ୍ରମକୁ ଅପେକ୍ଷା କରିଛନ୍ତି । ଏନଇଇଟି ୟୁଜି କାଉନସେଲିଂ ୨୦୨୧ ପାଇଁ ପଞ୍ଜୀକୃତ ଛାତ୍ରମାନଙ୍କୁ ଏଇଇଟି ସ୍କାର କାର୍ଡ, NEET UG 2021 ଆଡମିଟ୍ କାର୍ଡ, ଶିକ୍ଷାଗତ ପ୍ରମାଣପତ୍ର, PwD ପ୍ରମାଣପତ୍ର ଭଳି ଡୁକ୍ୟମେଣ୍ଟ ଅପଲୋଡ କରିବାକୁ ପଡିବ । ପ୍ରାର୍ଥୀମାନେ ଏମସିସି ଏନଇଇଟି କାଉନସେଲିଂର ଅପଡେଟ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଦେଖନ୍ତୁ ।

ସୂଚନାଯୋଗ୍ୟ, ନିଟ୍ ୟୁଜି ୨୦୨୧ର ଫଳାଫଳ ନଭେମ୍ୱର ୧, ୨୦୨୧ରେ ପ୍ରକାଶ ପାଇଥିଲା ଏବଂ ଏଥିରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଗତ ଦୁଇ ମାସ ଧରି ମେଡିକାଲ କଲେଜରେ ନାମ ଲେଖାଇବା ପାଇଁକାଉନସେଲିଂ ପ୍ରକ୍ରିୟାର ଆରମ୍ଭକୁ ଅପେକ୍ଷା କରିଥିଲେ।

Get real time updates directly on you device, subscribe now.