fbpx

ରାସ୍ତା କଡରେ ପଇସା ବାଣ୍ଟୁଥିଲେ ନେହା କକ୍କଡ: ଅଚାନକ ବାଜିଲା ଚାପୁଡା, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲିଉଡରେ ପ୍ରସିଦ୍ଧି ଲାଭ କରିଥିବା ସିଙ୍ଗର ନେହା କକ୍କଡ ପୁଣି ଥରେ ଅଡୁଆରେ । ରାସ୍ତାକଡରେ ପିଲା ମାନଙ୍କୁ ପଇସା ବାଣ୍ଟୁଥିବା ବେଳେ କେହି ଜଣେ ତାଙ୍କୁ ଚାପୁଡା ମାରିଛନ୍ତି । ରାସ୍ତାକଡରେ ବୁଲୁଥିବା ପିଲା ମାନଙ୍କୁ ଡାକି ନେହା ୫୦୦ ଟଙ୍କିଆ ନୋଟ ଦେଉଥିଲେ । ନେହାଙ୍କ ଏହି କାମ ପରେ ସେଠାରେ ହଠାତ ଭିଡ ବଢି ଯାଇଥିଲା । ଭିଡ ମଧ୍ୟରୁ କେହି ଜଣେ ନେହାଙ୍କୁ ଚାପୁଡା ମାରି ଦେଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି ।

ନେହା ନିଜ କାରର ଗ୍ଲାସ ତଳକୁ କରି ପଇସା ବାଣ୍ଟୁଥିଲେ । ହଠାତ ଭିଡ ବଢିଯିବା ପରେ କେହି ଜଣେ ନେହାଙ୍କୁ ଚାପୁଡା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ କିଛି ଲୋକ ନେହାଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିବା ବେଳେ କିଛି ଲୋକ ଏହାକୁ ଟ୍ରୋଲ କରିଛନ୍ତି । ନେହା ଏପରି ପଇସା ବାଣ୍ଟିଲେ ଭିଡ ବଢିବ ଏବଂ ଯାହାବି ହୋଇଛି ସେଥିପାଇଁ ନେହା ଦାୟୀ ବୋଲି କିଛି ଲୋକ କମେଣ୍ଟ କରିଥିଲେ । ଦେଖନ୍ତୁ ଭାଇରାଲ ଭିଡିଓ….

 

View this post on Instagram

 

A post shared by F I L M Y G Y A N (@filmygyan)

Get real time updates directly on you device, subscribe now.