ଏକା ସାଙ୍ଗରେ ୩ ଜଣ ନାବାଳିକାଙ୍କୁ ଘରେ ବନ୍ଦ କରି ଦୁଷ୍କର୍ମ କରୁଥିଲା ପଡ଼ୋଶୀ, ପରେ ଯାହା ହେଲା…

ଘରକୁ ଡାକି ନେଇ ୩ ନାବାଳିକାକୁ ଦୁଷ୍କର୍ମ କରୁଥିବା ପଡ଼ୋଶୀ ନାଁରେ ଅଭିଯୋଗ।

ଭୁବନେଶ୍ୱର: ପୁଣି ଲଜ୍ଜା… ଘରକୁ ଡାକି ନେଇ ଦୁଷ୍କର୍ମ କଲା ପଡ଼ୋଶୀ।  ତାହା ପୁଣି କୋମଳମତୀ ୩ ଜଣ ନାବାଳିକା ଝିଅଙ୍କୁ। ଏକାଥରେ ୩ ଜଣ ଝିଅଙ୍କୁ ଘରକୁ ଡାକି ବନ୍ଦ କରି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ଘଟଣାଟି କୌଣସି ବାହାର ରାଜ୍ୟରେ ଘଟିନାହିଁ ବରଂ ଆମ ଓଡ଼ିଶାରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି। ତେବେ ଏହି ନିନ୍ଦନୀୟ ଘଟଣାଟି ଦେଖିବାକୁ ମିଳିଛି କାଲିମେଳା ଏମଭି ୭୯ ଥାନା ଅଞ୍ଚଳରେ।

ଏକା ସାଙ୍ଗରେ ୩ ଜଣ ନାବାଳିକା ଝିଅକୁ ନରେନ ନାମକ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଖବର ସାମ୍ନାକୁ ଆସିଛି। ଯିଏକି ୩ ସେମାନଙ୍କର ପଡ଼ୋଶୀରେ ରହୁଥିଲା।

ପଡ଼ୋଶୀ ହେବାର ଫାଇଦା ଉଠାଇ ନରେନ୍ ୩ ଜଣ ନାବାଳିକା ଯେଉଁମାନଙ୍କର ବୟସ ଅତିକମରେ ୫ରୁ ୬ ବର୍ଷ ହେବ, ଲୋଭ ଦେଖାଇ ଘରକୁ ଡ଼ାକି ସେମାନଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ପରେ ଘଟଣା ଜଣା ପଡ଼ିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ହେଲେ ଧରା ପଡ଼ିବା ଭୟରେ ଅଭିଯୁକ୍ତ ନରେନ୍ ରାୟ ଫେରାର ହୋଇଯାଇଛି। ସେପଟେ ପୋଲିସ ତନାଘନା ଜାରି ରଖିଛି।