fbpx

ନେପାଳ ବନ୍ୟା ଓ ଭୂ-ସ୍ଖଳନ ନେଲାଣି ୧୬ ଜୀବନ, ୨୨ ନିଖୋଜ

କାଠମାଣ୍ଡୁ: ନେପାଳରେ ଏକ ସପ୍ତାହ ଧରି ପ୍ରବଳ ବର୍ଷା ଲାଗି ରହିଛି । ଯାହାଫଳରେ ସେଠାରେ ଭୂ-ସ୍ଖଳନ ଓ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା କାରଣରୁ ନେପାଳରେ ଏପର୍ଯ୍ୟନ୍ତ ୧୬ଜଣ ଲୋକଙ୍କ ଜୀବନ ହାନି ହୋଇଥିବା ବେଳେ ୨୨ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ, ଅନେକ ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ପରିସ୍ଥିତି ଖୁବ୍ ଶୋଚନୀୟ ରହିଛି । ଏଥିରେ ୧୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ସେଥିରେ ତିନି ବିଦେଶୀ ନାଗରିକ ରହିଛନ୍ତି ।

ମନ୍ତ୍ରାଳୟ କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ । ସରକାର ଏବେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ମାନଙ୍କରେ ଏବେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଉଛି । ୧୧ଟି ଜିଲ୍ଲାରେ ଭୂ-ସ୍ଖଳନ କାରଣରୁ ସ୍ଥିତି ଅତ୍ୟନ୍ତ ଖରାପ ରହିଛି ।

Get real time updates directly on you device, subscribe now.