fbpx

ଉନ୍ମୋଚନ ହେଲା ନେତାଜୀଙ୍କ ହେଲୋଗ୍ରାମ୍ ପ୍ରତିମୂର୍ତ୍ତି: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ଉନ୍ମୋଚନ ହେଲା ନେତାଜୀଙ୍କ ହୋଲୋଗ୍ରାମ ପତିମୂର୍ତ୍ତି । ନେତାଜୀ ସୁଭାଷ ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଉନ୍ମୋଚନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ହୋଲୋଗ୍ରାମ ପ୍ରତିମା ଉନ୍ମୋଚନ । ଗ୍ରାନାଇଟ ନିର୍ମିତ ପୂର୍ଣ୍ଣ ଅବୟବ ପ୍ରତିଷ୍ଠା ଯାଏଁ ଶୋଭା ପାଇବ ଏହି ହୋଲୋଗ୍ରାମ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୯, ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ସୁଭାଷ ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର କରାଯାଇଛି ।

ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ଇଣ୍ଡିଆ ଗେଟ୍ ଠାରେ ଥିବା ‘ଅମର ଯବାନ ଜ୍ୟୋତି’ କୁ ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ କରାଯାଇଥଲା ଏବଂ ‘ଅମର ଯବାନ ଜ୍ୟୋତି’ ସ୍ଥାନରେ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.