fbpx

କ୍ଷୀର ସହିତ ଏହି ଖାଦ୍ୟ ଜମାରୁ ମିଶାଇ ଖାଆନ୍ତୁ ନାହିଁ, ଏହା ନେଇପାରେ ଆପଣଙ୍କ ଜୀବନ

କ୍ଷୀର ପିଇବା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । କ୍ଷୀରରେ କ୍ୟାଲସିୟମ, ଫସଫରସ, ଭିଟାମିନ-ବି, ଭିଟାମିନ-ଡି, ପ୍ରୋଟିନ ଆଦି ରହିଛି । ଏହା ଶରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇବା ସହ ଆମର ହାଡ଼କୁ ମଜବୁତ କରିଥାଏ । ତେବେ ଏପରି କିଛି ଜିନିଷ ରହିଛି ଯାହାକି କ୍ଷୀର ସହିତ ମିଶାଇ ସେବନ କରିବା ଅନୁଚିତ । ଏପରି ଭାବେ ସେବନ କରିବା ଦ୍ୱାରା ଆମ ଶରୀରରେ ଅନେକ ପ୍ରକାରର କ୍ଷତି ଘଟିଥାଏ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟର ନାମ, ଯାହାକୁ କ୍ଷୀର ସହିତ ଏକାଠି ଖାଇବା ଅନୁଚିତ ।

– କ୍ଷୀର ସହିତ କଦଳୀ ଏକାଠି ସେବନ କରିବା ଅସଙ୍ଗତ ଅଟେ । ଉଭୟ କ୍ଷୀର ଓ କଦଳୀ ଗରିଷ୍ଠ ଖାଦ୍ୟ ହୋଇଥିବା ସ୍ଥଳେ ଏହା ଶରୀରରେ ପାଚନ କ୍ରିୟାରେ ଚାପ ସୃଷ୍ଟି କରିଥାଏ । ଏହା ଆମର ଶରୀରରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଦୁଗ୍ଧ ଓ ଫଳ ଜାତୀୟ ଖାଦ୍ୟ ଶରୀର ପାଇଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ସଠିକ ସମୟରେ ଓ ସଠିକ ଅନୁପାତରେ ସେବନ କରିବା ତା’ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

– କ୍ଷୀର ସହିତ ପଣସ ଆଦି ସେବନ କରିବା ଅନୁଚିତ । ଏହାକୁ କ୍ଷୀର ସହ ଏକାଠି ସେବନ କରିବା ଫଳରେ ଶରୀରରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଏହା ଫଳରେ ଶରୀରରେ ବିଭିନ୍ନ ପ୍ରକାର ଚର୍ମ ସମ୍ବନ୍ଧୀୟ ରୋଗ ଦେଖାଦେଇଥାଏ ।

– କ୍ଷୀର ସହିିତ ମାଛ ସେବନ କରିବା ଅନୁଚିତ । ଉଭୟ ଖାଦ୍ୟର ମିଶ୍ରଣ ଶରୀରରେ ଅସନ୍ତୁଳନ ସୃଷ୍ଟି କରିବା ସହ ରାସାୟନିକ ପରିବର୍ତ୍ତନ ଘଟାଇଥାଏ । ଏଥିସହ ସବୁଜ ପନିପରିବା ଖାଦ୍ୟ ଖାଇବା ପରେ ସଙ୍ଗେ ସଙ୍ଗେ କ୍ଷୀର ସେବନ କରିବା ଅନୁଚିତ ।

– ସେହିପରି କ୍ଷୀର ସହିତ ଦହି ସେବନ କରିବା ଅନୁଚିତ । ପ୍ରୋଟିନରେ ଭରପୁର ଥିବା ଉଭୟ ଖାଦ୍ୟକୁ ଏକାଠି ସେବନ କରିବା ଫଳରେ ଅମ୍ଲ, ଗ୍ୟାସ୍ ଆଦି ସମସ୍ୟା ଦେଖା ଦେଇଥାଏ ।

Get real time updates directly on you device, subscribe now.