fbpx

ବିଚିତ୍ର ଏହି ଗାଁ, ଏଠାରେ ଆଦୌ ହୁଏ ନାହିଁ ବର୍ଷା

ନୂଆଦିଲ୍ଲୀ : ଜୁନ ମାସ ପହିଲାରୁ ଦେଶରେ ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି । ତେଣୁ ଲଗାତର ବିଭିନ୍ନ ସ୍ଥାନରେ ନିୟମିତ ବର୍ଷା ପାଇଁ ଆଲର୍ଟ ମଧ୍ୟ ଜାରି କରାଯାଉଛି । ବର୍ଷା ହେବାଦ୍ବାରା କୃଷି ଋତୁ ଏକପ୍ରକାର ଆରମ୍ଭ ହୋଇଯାଏ । ତେବେ ଦୁନିଆରେ କିଛି ଏପରି ସ୍ଥାନ ରହିଛି, ଯେଉଁଠାରେ ବର୍ଷକ ମଧ୍ୟରେ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ମାତ୍ର ଆପଣ ଆପଣ ମାନେ ଜାଣିଛନ୍ତି କି ଦୁନିଆରେ ଏପରି ଏକ ଗାଁ ରହିଛି ଯେଉଁଠାରେ ଆଦୌ ବର୍ଷା ହୁଏ ନାହିଁ । ଏହା କୌଣସି ମରୁଭୂମି ନୁହେଁ ବରଂ ଏହା ଏକ ଗାଁ ।

ତେବେ ଏହିଭଳି ଗାଁର ନାମ ହେଉଛି ଅଲ-ହୁତେବ । ଯାହା ୟମନର ରାଜଧାନୀ ସନାର ପଶ୍ଚିମରେ ମନଖର ନିଦେଶାଳୟର ହରଜ କ୍ଷେତ୍ରରେ ଅବସ୍ଥିତ । ଗ୍ରାମୀଣ ଓ ସହର ବିଶେଷତ୍ୱ ସହ ପ୍ରାଚୀନ ଓ ଆଧୁନିକ ବାସ୍ତୁକଳା ଉଭୟକୁ ଏକାଠି କରୁଥିବା ଏହି ଗାଁର ଲୋକେ ଓ ଏମାନଙ୍କୁ ୟମନୀ ସମୁଦାୟ ବୋଲି କୁହାଯାଇଥାଏ । ଏହି ଗାଁର ସବୁଠାରୁ ବିଶେଷତ୍ୱ ହେଉଛି ଏଠାରେ କେବେ ବର୍ଷା ହୋଇନଥାଏ। ଏହାର କାରଣ ହେଉଛି ଗାଁଟି ବାଦଲ ଉପରେ ଅବସ୍ଥାନ କଲା ଭଳି ରହିଛି । ବାଦଲ ଏହି ଗାଁର ଶେଷ ଅଂଶରେ ହିଁ ରହି ବର୍ଷା କରିଥାଆନ୍ତି । ଏହି ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ । ଯାହା ଖୁବ କମ ଲୋକେ ଦେଖିବାର ସୁଯୋଗ ପାଇଥାଆନ୍ତି ।

ଏଠାରେ ପର୍ଯ୍ୟଟକଙ୍କ ଭିଡ ଲାଗୁଥିବା ବେଳେ ଏଠାକାର ମନମୁଗ୍ଧକର ପରିବେଶର ଆନନ୍ଦ ଉଠାଇଥାଆନ୍ତି । ଏହାର ପାହାଡର ଉପରେ ଖୁବ ସୁନ୍ଦର ସୁନ୍ଦର ଘର ତିଆରି ହୋଇଛି । ଅଲ-ହୁତେବ ଗାଁ ପୃଥିବୀ ପୃଷ୍ଠରୁ ୩,୨୦୦ ମିଟର ଉଚ୍ଚରେ ସ୍ଥିତ । ଗାଁର ଚାରିପାଖ ବାତାବରଣ ଖୁବ ଉଷ୍ଣ । ଶୀତଦିନରେ ସକାଳ ସମୟରେ ବାତାବରଣ ଖୁବ ଥଣ୍ଡା । ମାତ୍ର ସୂର୍ଯ୍ୟଉଦୟ ହେବା ପରେ ଗରମ ଅନୁଭବ ହୋଇଥାଏ ।

 

Get real time updates directly on you device, subscribe now.