fbpx

ସୈନିକ ସ୍କୁଲରେ ନୂଆ ସେନା ଉପମୁଖ୍ୟ

ଭୁବନେଶ୍ୱର,୨୦ ।୧(ଓଡିଶା ଭାସ୍କର): ଆଜି ଭୁବନେଶ୍ୱର ସ୍ଥିତ ସୈନିକ ସ୍କୁଲରେ ପହଞ୍ଚିଛନ୍ତି ଏଲଜି ଚଣ୍ଡୀ ପ୍ରସାଦ ମହାନ୍ତି । ସେଠାରେ ସେ କହିଛନ୍ତି ଯେ, ‘ଭାରତୀୟ ସେନା ଏବେ ବିଶ୍ୱର ସବୁଠୁ ଅଧିକ ଶକ୍ତିଶାଳୀ । କୌଣସି ପ୍ରକାର ମୁକାବିଲା ପାଇଁ ସେନା ପ୍ରସ୍ତୁତ ରହିଛି ।’ ଓଡିଶାର ଯୁବକଯୁବତୀ ସେନାରେ ସାମିଲ ହେବାକୁ ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ‘ଏନସିସିରେ ଅଧିକରୁ ଅଧିକ ଯୁବକଯୁବତୀ ଭାଗ ନିଅନ୍ତୁ ।’

ଏହା ସହ ଭେଟରାନମାନଙ୍କୁ ରୋଲ ମଡେଲ ଭାବେ ଗ୍ରହଣ କରିବାକୁ ଚଣ୍ଡିପ୍ରସାଦ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ମଧ୍ୟ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ମୋ ଦେଶ ଓ ରାଜ୍ୟକୁ ନେଇ ମୁଁ ଗର୍ବିତ । ପ୍ରତି ବାତ୍ୟା ପରେ ସଙ୍ଗେ ସଙ୍ଗେ ସରକାର ଉନ୍ନତିମୂଳକ କାମ କରୁଛନ୍ତି । ପୁରୀ, ଭୁବନେଶ୍ୱରର ଉନ୍ନତିମୂଳକ କାର୍ଯ୍ୟ ଦେଖି ଖୁସି ଲାଗୁଛି । ପର୍ଯ୍ୟଟନସ୍ଥଳୀ, କୋଣାର୍କ ଲାଇଟ ଆଣ୍ଡ ସାଉଣ୍ଡ ଭଲ ଲାଗିଲା । କଳିଙ୍ଗ ରେଜିମେଣ୍ଡ ଗଠନ ନେଇ କ’ଣ କରିପାରିବେ, ସେନେଇ ଆଲୋଚନା ହେବ ।’

ତେବେ ଭାରତୀୟ ସେନାର ଉପମୁଖ୍ୟ ହେବେ ଏଲଜି ଚଣ୍ଡିପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି । ଏବେ ସଦର୍ଣ୍ଣ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ଏଲଜି ଚଣ୍ଡି ପ୍ରସାଦ ମହାନ୍ତି । ଚଣ୍ଡିପ୍ରସାଦଙ୍କ ଘର ଜଗତସିଂହପୁର ଜୟଗଡରେ ରହିଛି ।

Get real time updates directly on you device, subscribe now.