fbpx

ବମ୍ପର୍ ଡିସକାଉଣ୍ଟ୍! ୧୫ହଜାର ଟଙ୍କାରୁ କମ୍ ରେ ମିଳୁଛି ଆଇଫୋନ୍, ଏହି ମଡେଲରେ ଗ୍ରାହକ ପାଇବେ ଭାରୀ ରିହାତି

ନୂଆଦିଲ୍ଲୀ: ଯଦି ଆପଣ କମ୍ ଦାମ୍ ରେ ନୂଆ ଆଇଫୋନ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଖରେ ଶାନଦାର୍ ମଉକା ରହିଛି । ଆପଲ୍ ର ହ୍ୟାଣ୍ଡସେଟ୍ iPhone SE ରେ ବମ୍ପର୍ ଡିସକାଉଣ୍ଟ୍ ମିଳୁଛି । ଅଫର୍ ଲଗାଇବା ପରେ ଆପଣ ଏହି ଫୋନ୍ କୁ ୧୫ହଜାର ଟଙ୍କାରୁ ବି କମ୍ ଦାମ୍ ପରେ କିଣିପାରିବେ । ଏହି ଅଫର୍ ଆପଣଙ୍କୁ ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ମିଳୁଛି । ଫ୍ଲିପକାର୍ଟ ଏହି ଫୋନ୍ ରେ ଡିସକାଉଣ୍ଟ୍ ବ୍ୟତୀତ ଏକ୍ସଚେଞ୍ଜ ଅଫର୍ ବି ଦେଉଛି ।

ବାସ୍ତବରେ ଫ୍ଲିପକାର୍ଟରେ ଆପଲ୍ ଆଇଫୋନ୍ ଏସଇ କୁ ୨୪ ପ୍ରତିଶତ ଡିସକାଉଣ୍ଟ ପରେ ୨୯,୯୯୯ ଟଙ୍କାରେ ପ୍ରାରମ୍ଭିକ ଦାମ୍ ରେ ବିକ୍ରି କରାଯାଉଛି । ଏହି ଦାମ୍ ୬୪ ଜିବି ଭାରିଆଣ୍ଟ୍ ସହିତ ଆସିଥାଏ । ଫୋନ୍ ରେ ୬ ମାସ ପର୍ଯ୍ୟନ୍ତ ଗାନା ପ୍ଲସ୍ ମେମ୍ବରସିପ୍ ମାଗଣାରେ ମିଳୁଛି । ଏହା ବ୍ୟତୀତ ଆପଣ ପୁରୁଣା ଫୋନ୍ ଏକ୍ସଚେଞ୍ଜ୍ କରି ୧୫,୮୫୦ ଟଙ୍କା ଓ ଆହୁରି କମ୍ କରିପାରିବେ । ଏହିଭଳି ଅଫର୍ ୧୨୮ ଜିବି ଓ ୨୫୬ ଜିବି ମଡେଲ୍ ରେ ବି ମିଳୁଛି ।

ଆପଲ୍ ର ଆଇଫୋନ୍ ଏସଇ ରେ ୬୨୫ ନିଟ୍ସ ମ୍ୟାକ୍ସ ବ୍ରାଇଟନେସ୍ ସହିତ ୪.୭ ଇଞ୍ଚ୍ HD LCD ରେଟିନା ଡିସପ୍ଲେ ରହିଛଇ । ଏହା ଥାର୍ଡ ଜେନେରେସନ୍ ର ନ୍ୟୁରାଲ୍ ଇଞ୍ଜିନ୍ ସହିତ ଏ୧୩ ବାୟୋନିକ୍ ଚିପ୍ ରେ କାମ କରିଥାଏ । ଏହା ତିନିଟି ଷ୍ଟୋରେଜ୍ ଭାରିଆଣ୍ଟ୍ ସହିତ ଆସିଥାଏ । ୬୪ ଜିବି, ୧୨୮ ଜିବି ଏବଂ ୨୫୬ ଜିବି । ଫୋନ୍ ର ଆଗ ପଟରେ ଟଚ୍ ଭାରିଆଣ୍ଟ୍ ମଧ୍ୟ ମିଳୁଛି, ଯାହା ନୂତନ ମଡେଲ୍ ଗୁଡ଼ିକରେ ଦିଆଯାଉନାହିଁ ।

Get real time updates directly on you device, subscribe now.