fbpx

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ ହୈଣ୍ଡ୍ରା ଏବଂ ନିପାହ ଭାଇରସ ସହ ରହିଛି । ଅବଶ୍ୟ ଏହି ନୂଆ ଭାଇରସ ବିଷୟରେ ଅଧିକ ତଥ୍ୟ ମିଳିପାରିନାହିଁ ତଥା ଏହା ମଧ୍ୟ ଜଣାପଡ଼ିନାହିଁ ଯେ ଏହା ମନୁଷ୍ୟଠାରୁ ମନୁଷ୍ୟକୁ ସଂକ୍ରମିତ ହେଉଛି କି ନାହିଁ ।

ଚୀନରେ ଏହି ଭାଇରସ ଉପରେ ଗବେଷଣା କରୁଥିବା ଏକ ବିଶେଷଜ୍ଞ ଡାକ୍ତରି ଟିମ୍ କହିଛନ୍ତି ଯେ, ନିକଟରେ ପଶୁଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଠାରେ ଏହି ଭାଇରସ ଜଣାପଡ଼ିଛି । ଜ୍ୱରରେ ପୀଡ଼ିତ କିଛି ଲୋକଙ୍କୁ ନିୟମିତ ନିରୀକ୍ଷଣ ପରେ ଏହି ଭାଇରସ ବିଷୟରେ ଜଣାପଡ଼ିଥିଲା ।

ଏହାର ଲକ୍ଷଣ ଅଧିକାଂଶ ହାଲୁକା ରହିଛି । ଯେଉଁଥିରେ, ଜ୍ୱର ହେବା, ଥକ୍କା ଲାଗିବା, କାଶ, ଭୋକ ନଲାଗିବା, ହାଡ଼ ଦରଜ ହେବା, ବାନ୍ତି ଏବଂ ମୁଣ୍ଡରେ ବିନ୍ଧା ହେବା ରହିଛି । ତେବେ ଏହା ମଧ୍ୟ ଜଣାପଡ଼ିନାହିଁ ଯେ ଏହି ଭାଇରସ ଦ୍ୱାରା କେତେ ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ । ଟିମ୍ କିଛି ଲୋକଙ୍କ ମଧ୍ୟରେ ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିଥିଲା, ଯେଉଁମାନଙ୍କଠାରେ ନିମୋନିଆ ଏବଂ ହୃଦରୋଗରେ ସମସ୍ୟା ରହିଛି । ଟିମ୍ ଏହା ଜାଣିବାକୁ ପାଇଥିଲା ଯେ ଜଙ୍ଗଲୀ ଚୁଚୁନ୍ଦ୍ରା ଦ୍ୱାରା ଏହି ଭାଇରସ ବ୍ୟାପୁଥିବାର ଅଧିକ ସମ୍ଭାବନା ରହିଛି ।

ଏହି ନୂଆ ଭାଇରସ ଅନ୍ୟ ଦୁଇ ଭାଇରସର ସମିଶ୍ରଣ ବୋଲି ଜଣାପଡ଼ୁଛି, ଯାହା ମନୁଷ୍ୟଠାରେ ଦେଖାଯାଇଥାଏ ନିପାହ ଏବଂ ହୈଣ୍ଡ୍ରା ଭାଇରସ । ହୈଣ୍ଡ୍ରା ଭାଇରସ ୧୯୯୪ କ୍ୱିନ୍ସଲ୍ୟାଣ୍ଡରେ ଚିହ୍ନଟ ହୋଇଥିଲା, ଯେତେବେଳେ ଏହା ୧୪ ଘୋଡ଼ା ଏବଂ ସେମାନଙ୍କ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଅନ୍ୟ ସ୍ଥାନରେ ମଧ୍ୟ ମଳିଥିଲା । ସେହପରି ନିପାହ ଭାଇରସ ସମଗ୍ର ଦୁନିଆରେ ପରିଚିତ କାରଣ ଏହା ସବୁ ସ୍ଥାନରେ ବ୍ୟାପିସାରିଛି । ବାଙ୍ଗଲାଦେଶରେ ଏହାର ସବୁଠୁ ଅଧିକ କରାଳ ରୂପ ଦେଖିବାକୁ ମିଳିଛି ।

ଏବେବି ଲୈଙ୍ଗ୍ୟା ଭାଇରସ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି । ବର୍ତ୍ତମାନ ସୁଦ୍ଧା କୌଣସି ସଙ୍କେତ ମିଳିନାହିଁ ଯେ ଏହା ମନୁଷ୍ୟ ଠାରୁ ମନୁଷ୍ୟକୁ ବ୍ୟାପିପାରେ । ଏହାର ସଂକ୍ରମଣ ତଥା ବିଭିନ୍ନ ଦିଗରେ ବୈଜ୍ଞାନିକମାନେ ଜାରି ରଖିଛନ୍ତି ।

Get real time updates directly on you device, subscribe now.