fbpx

ରାଜଧାନୀରେ ଚିକିତ୍ସାର କରୁଣ ଚିତ୍ର, ମିଳିଲାନି ବେଡ୍, ଆମ୍ବୁଲାନ୍ସରେ ପଡି ରହି ପ୍ରାଣ ହରାଇଲେ ନବବଧୂ

ବାଲିପାଟଣା, ୧୬/୫: କରୋନାର କରୁଣ ପରିସ୍ଥିତି,  ୧୮ ଦିନ ତଳେ ବୋହୂ ହୋଇ ଶାଶୂଘରକୁ ଆସିଥିବା ନବବଧୂଙ୍କର କରୋନାରେ ଚାଲିଯାଇଛି ପ୍ରାଣ ।

ଘଟଣା ଅନୁଯାୟୀ ଖୋର୍ଦ୍ଧା ବାଲିପାଟଣା ବାଲିପାଟଣା ଇନ୍ଦୋଳ କୁସିଆରି ଗ୍ରାମର ସ୍ୱର୍ଣ୍ଣଲତା ପାଳ ଗତ ମାସ ୨୮ ତାରିଖରେ ବିଷ୍ଣୁଙ୍କୁ ବିବାହ କରିଥିଲେ । କିଛି ଦିନ ହେବ ତାଙ୍କୁ ଜର ହୋଇଥିଲା । ଘରେ ରହି ଔଷଧ  ଖାଉଥିଲେ । କିନ୍ତୁ ଜର କମି ନଥିଲା । ତେଣୁ ପରିବାର ଲୋକେ ତାଙ୍କୁ ପ୍ରଥମେ ନିକଟସ୍ଥ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ରେଫର କରାଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲ  ତାଙ୍କୁ କଟକ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ପରିବାର ଲୋକେ କଟକ ନ ନେଇ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ, ଆମ୍ରି, ଏମ୍ସ, ସମ୍ ହସ୍ପିଟାଲ ଏଭଳି ଗୋଟିକ ପରେ ଗୋଟିଏ ହସ୍ପିଟାଲ ବୁଲାଇଥିଲେ ମାତ୍ର କେଉଁଠି କୋଭିଡ ରିପୋର୍ଟ ନଥିବାରୁ ତ ଆଉ କେଉଁଠି ଆଇସିୟୁ ଶଯ୍ୟା ନଥିବାରୁ କୌଣସି ହସ୍ପିଟାଲରେ ତାଙ୍କୁ ସ୍ଥାନ ମିଳିନଥିଲା । ଆମ୍ବୁଲାସ ଭିତରେ ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଦିର୍ଘ ୮ ଘଣ୍ଟା କାଳ ରାଜଧାନୀରେ ଓ ଉପକଣ୍ଠର ଗୋଟିଏ ପରେ ଗୋଟିଏ ହସ୍ପିଟାଲରେ ବୁଲିଥିଲେ । ଶେଷରେ ଆମ୍ବୁଲାନ୍ସ ଭିତରେ ସେମିତି ଗୁରୁତର ଅବସ୍ଥାରେ ପଡ଼ି ରହି ତାଙ୍କର ପ୍ରାଣ ଚାଲିଗଲା । ତେବେ ଜଣେ ନବବଧୂଙ୍କର ଏଭଳି ଦୁଃଖଦ ମୃତ୍ୟୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ତା’ ସହିତ କରୋନା କାଳରେ ରାଜଧାନୀରେ ବି ସ୍ୱାସ୍ଥ୍ୟ ସେବା କେମିତି ବିପର୍ଯ୍ୟସ୍ତ ହୋଇପଡିଛି  । ତାହାର ଏକ ବାସ୍ତବ ଚିତ୍ରକୁ ପଦାରେ ପକାଇଛି ।

Get real time updates directly on you device, subscribe now.