fbpx

Whatsapp ଗ୍ରୁପ୍ ଭଏସ କଲ୍ ରେ ଆସିଲା ନୂଆ ଅପଡେଟ୍, ଏବେ କାହାକୁ ବି କରିପାରିବେ ମ୍ୟୁଟ୍

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଅନେକ ସମୟରେ ନୂଆ ନୂଆ ଅପଡେଟ୍ ମିଳିଥାଏ । ଏହିକ୍ରମରେ ଏବେ ହ୍ୱାଟ୍ସଆପ୍ ଗ୍ରୁପ୍ ଭଏସ୍ କଲିଂ ଏକ୍ସପିରିଏନ୍ସକୁ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଉଭୟ ପ୍ଲାଟଫର୍ମ ପାଇଁ ଅପଡେଟ୍ କରିଛି ।

ଏହି ନୂଆ ଅପଡେଟ୍ ସହ ଏବେ ୟୁଜର୍ସ ଗ୍ରୁପ୍ ଭଏସ ସମୟରେ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମ୍ୟୁଟ୍ କରିବାର ସୁବିଧା ମିଳିବ । ଏହା ପୂର୍ବରୁ ପୂରା ଗ୍ରୁପ୍ ହିଁ ମ୍ୟୁଟ୍ ହେଉଥିଲା । କିନ୍ତୁ ନୂଆ ଅପଡେଟ୍ ପରେ ଏବେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ମେସେଜ୍ ଏବଂ କଲ୍ କୁ ମ୍ୟୁଟ୍ କରିପାରିବେ । ଏହା ସହ କଲ୍ ସମୟରେ କେହି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ମେସେଜ୍ କରିବାର ମଧ୍ୟ ଖାସ୍ ଫିଚର ଦିଆଯାଇଛି ।

ଏନେଇ ଶୁକ୍ରବାର ହ୍ୱାଟ୍ସଆପ୍ ତରଫରୁ ଘୋଷଣା କରାଯାଇଛି । କୁହାଯାଇଛି ଯେ କଲ୍ ସମୟରେ କେହି ବ୍ୟକ୍ତିଙ୍କୁ ମ୍ୟୁଟ୍ କିମ୍ବା ମେସେଜ୍ କରିବା ପାଇଁ ଆପଣଙ୍କୁ ସେହି ପାର୍ଟିସିପେଣ୍ଟଙ୍କ ନାଁର କାର୍ଡକୁ ଦବାଇ ରଖିବାକୁ ପଡ଼ିବ । ଏହା ପରେ ଆପଣଙ୍କୁ ମେସେଜ ଏବଂ ମ୍ୟୁଟ୍ ଉଭୟର ଅପ୍ସନ ମିଳିବ । ତେବେ ପାର୍ଟିସିପେଣ୍ଟ ନିଜକୁ ଅନମ୍ୟୁଟ୍ ମଧ୍ୟ କରିପାରିବେ ।

ଏହା ସହ ଗ୍ରୁପ୍ ଭଏସ କଲରେ ଏକ ଇଣ୍ଡିକେଟରର ଫିଚର ମଧ୍ୟ ରହିଛି ଯାହଦ୍ୱାରା ଆପଣ ଜାଣିପାରିବେ ଗ୍ରୁପ୍ ଭଏସ କଲିଂରେ କେତେ ଲୋକ ଯୋଡ଼ି ହୋଇଛନ୍ତି । କାରଣ ନିକଟରେ ଏକ ଗ୍ରୁପ୍ ଭଏସ କଲିଂରେ ମେମ୍ବର ସଂଖ୍ୟା ୮ ରୁ ୩୨ କୁ ବୃଦ୍ଧି କରାଯାଇଥିଲା ।

Get real time updates directly on you device, subscribe now.