fbpx

ଏଣିକି ଆଉ ସହଜରେ ମିଳିବନି SIM Card! ଲାଗୁ ହେବ କଠୋର ନିୟମ, କେବଳ ୫ଟି ଡକ୍ୟୁମେଣ୍ଟ ଦେଖାଇଲେ ମିଳିବ ସିମ୍

ନୂଆଦିଲ୍ଲୀ: ଏଣିକି ଆଉ ସହଜରେ ମିଳିବନି ମୋବାଇଲ ସିମ୍ କାର୍ଡ । ସରକାର ଏନେଇ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ସିମ କାର୍ଡ ମାଧ୍ୟମରେ ହେଉଥିବା ଠକାମିକୁ ରୋକିବା ପାଇଁ ସରକାର କଡ଼ା ନିୟମ ଲାଗୁ କରିବେ । ବର୍ତ୍ତମାନ ଜଣେ ବ୍ୟକ୍ତି ୨୧ ପ୍ରକାରର ଡକ୍ୟୁମେଣ୍ଟ ମଧ୍ୟରୁ ଯେ କୌଣସି ଗୋଟିଏ ଦେଖାଇ ସିମ୍ ନେଇ ପାରୁଛି । ମାତ୍ର ସରକାରଙ୍କ ନୂଆ ନିୟମ ମୁତାବକ ଏହି ସଂଖ୍ୟା ୫କୁ ହ୍ରାସ ପାଇପାରେ ।

ଏକ ସୂତ୍ର ମୁତାବକ, ସରକାରଙ୍କ ଏହି ନୂଆ ନିୟମ ଲାଗୁ ହେବା ପରେ ସିମ୍ କାର୍ଡ ମାଧ୍ୟମରେ ଆଉ ଠକାମି ହୋଇ ପାରିବ ନାହିଁ । କୌଣସି ସ୍ଥାନରେ ସହଜରେ ସିମ୍ କାର୍ଡ ମିଳିବନି । ସରକାର କେୱାଇସି ନିୟମକୁ କଠୋର କରିବା ନେଇ ପ୍ରସ୍ତୁତ ହେଉଛନ୍ତି । ସେଥିପାଇଁ ସିମ୍ କାର୍ଡ ନେବା ପାଇଁ ଆବଶ୍ୟକ ପଡ଼ୁଥିବା ଡକ୍ୟୁମେଣ୍ଟର ସଂଖ୍ୟାକୁ ହ୍ରାସ ନେଇ ବିଚାର କରାଯାଉଛି ।

ତେବେ ସିମ କାର୍ଡ ସମ୍ବନ୍ଧିତ ଏହି ନୂଆ ନିୟମ ଆସନ୍ତା ୧୦-୧୫ ଦିନ ମଧ୍ୟରେ ଲାଗୁ ହୋଇପାରେ । ବର୍ତ୍ତମାନ ସମୟରେ ସିମ୍ କାର୍ଡ ପାଇଁ ୨୧ ପ୍ରକାରର ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ୁଛି । ମାତ୍ର ଏହି ସଂଖ୍ୟା ୫କୁ ହ୍ରାସ ପାଇବା ପରେ ସହଜରେ ସିମ୍ କାର୍ଡ ଉପଲବ୍ଧ ହେବନାହିଁ । ଜଣେ ବ୍ୟକ୍ତି ଆଧାର କାର୍ଡ, ଭୋଟର କାର୍ଡ, ରାସନ କାର୍ଡ, ପାସପୋର୍ଟ ଓ ବିଜୁଳି ବିଲ୍ ମାଧ୍ୟମରେ ହିଁ କେବଳ ସିମ୍ କାର୍ଡ ନେଇ ପାରିବ ।

Get real time updates directly on you device, subscribe now.