fbpx

ଏହି ବର୍ଷର ଲୋକଙ୍କୁ ମିଳିବନି ସିମ୍ କାର୍ଡ, ସରକାର ଆଣିଲେ ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସିମ୍ କାର୍ଡ କିଣିବା ନିୟମରେ ପରିବର୍ତ୍ତନ ଆଣିଛନ୍ତି । ଏହା ଅନୁଯାୟୀ, ଟେଲିକମ୍ ବିଭାଗ (ଡିଓଟି) କହିଛି ଯେ ଭାରତରେ ନାବାଳିକଙ୍କୁ ସିମ୍ କାର୍ଡ ଜାରି କରାଯିବା ଉଚିତ ନୁହେଁ। ଏହାର ଅର୍ଥ ହେଉଛି, ବର୍ତ୍ତମାନ ୧୮ ବର୍ଷରୁ କମ୍ ବର୍ଗର ବ୍ୟକ୍ତିବିଶେଷ ମାନେ କୌଣସି ଟେଲିକମ୍ ଅପରେଟରଙ୍କ ଠାରୁ ସିମ୍ କାର୍ଡ କିଣି ପାରିବେ ନାହିଁ । ଡିଓଟି କହିଛି ଯେ ନାବାଳିକଙ୍କୁ ସିମ୍ କାର୍ଡ ବିକ୍ରୟ କରିବା ଟେଲିକମ୍ ଅପରେଟରଙ୍କ ଦ୍ୱାରା ବେଆଇନ କାର୍ୟ୍ୟକଳାପ ହେବ।

ନୂତନ ସିମ୍ କାର୍ଡ କିଣିବାକୁ ଗ୍ରାହକଙ୍କୁ ଏକ କଷ୍ଟମର୍ ଆକ୍ଟିଭିସନ୍ ଫର୍ମ ଭରିବାକୁ ହେବ । ଏହା ଟେଲିକମ୍ ଅପରେଟର୍ ଓ ଗ୍ରାହକଙ୍କ ମଧ୍ୟରେ ଏକ ବୁଝାମଣା । ଏହି ଫର୍ମରେ ଏବେ ସଂଶୋଧନ ଅଣାଯାଇଛି । ଏହା ମୁତାବକ, ସିମ୍ କାର୍ଡ କିଣିବାର ବୟସ ୧୮ ବର୍ଷରୁ କମ୍ ହେବନାହିଁ । ଏହା ବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ମାନସିକ ସ୍ଥିତି ଠିକ୍ ନାହିଁ ତେବେ ବି ଆପଣଙ୍କ ନାମରେ ସିମ୍ କାର୍ଡ ଜାରି କରାଯିବା ନାହିଁ ।

ଅନ୍ୟପଟେ କୁହାଯାଇଥାଏ ଯେ, ଜଣେ ବ୍ୟକ୍ତି ବେଶି ହେଲେ ୯ଟି ସିମ୍ କିଣିପାରିବ । କିନ୍ତୁ ଏପରି ନୂହେଁ । ଜଣେ ବ୍ୟକ୍ତି ସର୍ବାଧିକ ୧୮ଟି ସିମ୍ କାର୍ଡ କିଣିପାରିବ । ଏହା ମଧ୍ୟରୁ ୯ଟି ମୋବାଇଲ୍ କଲ୍ ପାଇଁ ବ୍ୟବହାର କରିବେ ଓ ଅନ୍ୟ ୯ଟି ମେସିନ୍ ଟୁ ମେସିନ୍ କମ୍ୟୁନିକେସନ୍ ପାଇଁ ବ୍ୟବହାର ହୋଇପାରିବ ।

ନୂତନ ନିୟମ ଅନୁସାରେ, ସିମ୍ କାର୍ଡ କିଣିବା ପାଇଁ ଡିଜିଟାଲ କେୱାଇସି ହେବ । ଏ କ୍ଷେତ୍ରରେ କୌଣସି ପ୍ରକାର ଡକ୍ୟୁମେଣ୍ଟ ଜମା କରିବାକୁ ପଡ଼ିବ ନାହିଁ । ଏହା ବ୍ୟତୀତ ପୋଷ୍ଟ ପେଡ୍ ଓ ପ୍ରୀପେଡ୍ ସିମ୍ ପାଇଁ କୌଣସି ପ୍ରକାରର ଦସ୍ତାବିଜ ର ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.