fbpx

ପଦାରେ ପଡ଼ିଲା ଗେଟ୍ସ ଗୁମର: ଉଲଗ୍ନ ନୃତ୍ୟାଙ୍ଗନାଙ୍କୁ ଘରକୁ ଆଣୁଥିଲେ ବିଲ୍

ନ୍ୟୁୟର୍କ, ୧୨ା୫: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟସ୍ ଓ ତାଙ୍କ ପତ୍ନୀ ମେଲିଣ୍ଡାଙ୍କ ଛାଡ଼ପତ୍ର ପ୍ରସଙ୍ଗରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ଦୀର୍ଘ ୨୭ ବର୍ଷ ପରେ ବୈବାହିକ ସମ୍ପର୍କ ତୁଟିବା ନେଇ ପୂର୍ବରୁ ବିଲଙ୍କ ପୁରୁଣା ବାନ୍ଧବୀ ଆନ୍ନ ୱିନବ୍ଲାଡଙ୍କୁ ଦାୟୀ କରାଯାଉଥିଲା । ପରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଥିଲା ଯେ, କୁଖ୍ୟାତ ଦେହ ବ୍ୟବସାୟୀ ଜେଫ୍ରେ ଏପଷ୍ଟିନ ହିଁ ଏହି ବିଚ୍ଛେଦର ମୂଳ କାରଣ । ଏପଷ୍ଟିନଙ୍କ ସହ ବିଲଙ୍କ ଘନିଷ୍ଠତାକୁ ମେଲିଣ୍ଡା ପସନ୍ଦ କରୁନଥିଲେ । ତେଣୁ ମେଲିଣ୍ଡା ୨୦୧୯ ମସିହା ଅକ୍ଟୋବରରୁ ଛାଡ଼ପତ୍ର ବାବଦରେ ଅନେକ ଓକିଲଙ୍କ ସହ ଯୋଗାଯୋଗ କରିଥିଲେ । ଏପଷ୍ଟିନଙ୍କ ସହିତ ବିଲଙ୍କ ପ୍ରସଙ୍ଗ ଚର୍ଚ୍ଚାକୁ ଆସିବା ପରେ ଏବେ ବିଶ୍ୱର ମହାନ ଜ୍ଞାନୀ, ବୁଦ୍ଧିଜୀବୀ, ସମାଜସେବୀ, ଶିଳ୍ପପତି ବିଲ୍ ଗେଟ୍ସଙ୍କର ଗୁମର ଖୋଲିଛି ।

ବିଲଙ୍କ ଜୀବନ ଉପରେ ଦୁଇଟି ପୁସ୍ତକ ଲେଖିଥିବା ଜେମସ୍ ୱାଲେସ୍ ବିଲଙ୍କ ଅସଲ ଚେହେରାକୁ ପଦାରେ ପକାଇଛନ୍ତି । ୱାଲେସ୍ କହିଛନ୍ତି ଯେ, ବିଲ ନିଜ ଘରେ ଉଲଗ୍ନ ପାର୍ଟି କରିବା ସହ ନ୍ୟୁଡ୍ ନାଇଟ୍ କ୍ଲବକୁ ଯାଉଥିଲେ । ଉକ୍ତ ପାର୍ଟିରୁ ସେ ନୃତ୍ୟାଙ୍ଗନାଙ୍କୁ ନିଜ ଘରକୁ ଆଣି ବନ୍ଧୁମାନଙ୍କ ସହ ମିଶି ସ୍ୱିମିଂ ପୁଲରେ ସନ୍ତରଣ କରୁଥିଲେ । ବିଲଙ୍କର ମହିଳାମାନଙ୍କ ପ୍ରତି ଆସକ୍ତିକୁ ନେଇ ମେଲିଣ୍ଡା ଖପ୍ପା ହୋଇଥିଲେ । ଏପରିକି ବିଲ ଓ ମେଲିଣ୍ଡା ଏକ ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ ମିଳାମିଶା କରିନଥିଲେ । ଏପଷ୍ଟିନଙ୍କ ସହ ବିଲଙ୍କ ସଂପର୍କ ବଢ଼ୁ, ଏକଥା ମେଲିଣ୍ଡା ଚାହୁଁ ନଥିଲେ ।

Get real time updates directly on you device, subscribe now.