fbpx

ସାମ୍ନାକୁ ଆସିଲା Monkeypoxର ନୂଆ ଲକ୍ଷଣ, ମସ୍ତିଷ୍କକୁ ଦୁର୍ବଳ କରୁଛି ଭାଇରସ, ରୋଗୀ ସାରା ଜୀବନ ବିକଳାଙ୍ଗ ହୋଇପାରେ

ନୂଆଦିଲ୍ଲୀ: ଦିନକୁ ଦିନ ମଙ୍କିପକ୍ସର ମାମଲା ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସର ସଂକ୍ରମଣ ଦେଖିବାକୁ ମିଳୁଛି । ସଂକ୍ରମିତଙ୍କ ସଂଖ୍ୟା ଯେତିକି ବଢ଼ୁଛି, ସେହି ଅନୁପାତରେ ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ପୂର୍ବରୁ ମଙ୍କିପକ୍ସ ସଂକ୍ରମିତଙ୍କ ଶରୀରର ବିଭିନ୍ନ ଅଙ୍ଗ ଫୁଲିଯିବା ସହିତ ଫ୍ଲୁ ପରି କିଛି ଲକ୍ଷଣ ଦେଖାଯାଉଥିଲା ।

ମାତ୍ର ନିକଟରେ ମଙ୍କିପକ୍ସର ନୂଆ ଲକ୍ଷଣକୁ ନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ଏହି ନୂଆ ଲକ୍ଷଣକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି । କିଛିଦିନ ତଳେ ବ୍ରେନରେ ସ୍ମଲ ପକ୍ସର ପ୍ରଭାବ କିପରି ରହୁଛି ସେନେଇ କିଛି ପରୀକ୍ଷା କରାଯାଇଥିଲା । ଏଥିସହିତ ସ୍ମଲ ପକ୍ସର ପ୍ରଭାବ ଭ୍ୟାକ୍ସିନେଟେଡ ଲୋକଙ୍କ ବିପକ୍ଷରେ କିପରି ରହୁଛି ତାହାକୁ ଅନୁଧ୍ୟାନ କରାଯାଇଥିଲା । ତେବେ ଏହି ସମୟରେ ଲୋକଙ୍କଠାରେ ବିଭିନ୍ନ ପ୍ରକାରର ନ୍ୟୁରୋଲୋଜିକାଲ କମ୍ପ୍ଲିକେସନ ଦେଖିବାକୁ ମିଳିଥିଲା ।

ଏହାପରେ ବୈଜ୍ଞାନିକମାନେ ମସ୍ତିଷ୍କ ଉପରେ ମଙ୍କିପକ୍ସର ପ୍ରଭାବ ବିଷୟରେ ଜାଣିବାକୁ ପ୍ରୟାସ କରିଥିଲେ । ତେବେ ଜଣାପଡ଼ିଥିଲା, ମଙ୍କିପକ୍ସରେ ସଂକ୍ରମିତ ଥିବା ୨-୩ ପ୍ରତିଶତ ଲୋକ ଗମ୍ଭୀର ଭାବେ ବୀମାରଗସ୍ତ ହେଉଛନ୍ତି । ଏହି ସମୟରେ ସେମାନଙ୍କ ବ୍ରେନରେ ଇନସେଫେଲାଇଟସ୍ ହୋଇଥାଏ । ତେବେ ଏହି ଇନସେଫେଲାଇଟସ ଦ୍ୱାରା ରୋଗୀ ସାରା ଜୀବନ ପାଇଁ ବିକଳାଙ୍ଗ ହେବାର ଆଶଙ୍କା ରହିଥାଏ । କିଛି ଲୋକଙ୍କଠାରେ ମୁଣ୍ଡବ୍ୟଥା, ମାଂସପେଶୀରେ ଯନ୍ତ୍ରଣା, ଥକ୍କାପଣ ସହିତ ନ୍ୟୁରୋଲୋଜିକାଲ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଲକ୍ଷଣ କେତେଦିନ ପାଇଁ ରହୁଛି ସେନେଇ କିଛି ଜଣାପଡ଼ିନାହିଁ । ତେଣୁ ଏନେଇ ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଥିବା କୁହାଯାଉଛି ।

Get real time updates directly on you device, subscribe now.