ଦିଲ୍ଲୀ ବିସ୍ଫୋରଣ ନେଇ ଖୋଲୁଛି ଗୁମର; ନୂଆ ତଥ୍ଯର ଖୁଲାସା କଲା ତଦନ୍ତକାରୀ ଟିମ୍, ଘାତକ ବୋମା ବ୍ଯବହାର ହୋଇଥିବା ସନ୍ଦେହ…

'Mother of Satan' ବୋମା ବ୍ଯବହାର କରି ଜାଣିଥିଲା ଉମର !

ଓଡିଶା ଭାସ୍କର: ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ନେଇ ତଦନ୍ତକାରୀ ଟିମ ଏକ ଚାଞ୍ଚଲ୍ଯକର ଖୁଲାସା କରିଛି। ଟିମର କହିବା ଅନୁଯାୟୀ ରାଜଧାନୀରେ ହୋଇଥିବା ବିସ୍ଫୋରଣରେ TATP ବିସ୍ଫୋରକ ବ୍ଯବହାର ହୋଇଥାଇପାରେ ବୋଲି ଅନୁମାନ ଲଗାଯାଇଛି। ଏଥିପାଇଁ ଫରେନସିକ ଲ୍ଯାବରେ ଏହାର ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କାହଁକି ଏହି ବିସ୍ଫୋରକ ବ୍ଯବହାର କରାଯାଇଥିବା ସନ୍ଦେହ କରାଯାଉଛି: TATP ବିସ୍ଫୋରଣ କରିବା ପାଇଁ କେବଳ ସାମାନ୍ଯ ଉତ୍ତାପର ଆବଶ୍ଯକ ରହିଛି। ଏଥିପାଇଁ ଡେଟେନେଟର ଯନ୍ତ୍ରପାତିର କିଛି ଆବଶ୍ଯକ ନାଇଁ। ଡେଟୋନେଟର ସାହାର୍ଯ୍ଯରେ ଦୁରରୁ ରହି ବୋମାକୁ ନିୟନ୍ତ୍ରଣ କରାଯାଇଥାଏ।

ନଭେମ୍ବର 10 ତାରିଖରେ ଦିଲ୍ଲୀର ଲାଲକିଲ୍ଲା ଠାରେ କାରରେ ହୋଇଥିବା ବିସ୍ଫୋରଣରେ ଆମୋନିଅମ ନାଇଟ୍ରେଟ ବ୍ଯବହାର କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା।

ମାତ୍ର ବର୍ତ୍ତମାନ କାହାଣୀରେ କିଛି ନୁଆ ଟ୍ବିଶ୍ଟ ଆସିଛି ବୋପଲି କୁହାଯାଉଛି। କାର ଭିତରେ ବିସ୍ଫୋରକ ନେଇ ଯାଉଥିବା ଉମର ମହମ୍ମଦ ଓ ତାଙ୍କ ସାଥୀ ଯେଉଁମାନେ କି ପାକିସ୍ତାନରେ ଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ସହ ସମ୍ପର୍କରେ ରହି ଭାରତରେ ଏହି ବିସ୍ଫୋରଣ କରାଇଥିଲେ, ସେମାନେ TATPର ବ୍ଯବହାର ଜାଣିଥିଲେ ବୋଲି କୁହାଯାଉଛି।

ସେଥିପାଇଁ ସେ ଚାନ୍ଦିନୀ ଚୌକ ଆଡକୁ ଗାଡି ଚଳାଇ ଜନଗହଳି ସ୍ଥାନକୁ ଯିବା ପାଇଁ ପ୍ରୟାସ କରୁଥିଲା ବୋଲି ଟିମ ଅନୁମାନ କରିଛି। ତେବେ ଫରେନସିକି ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହୋଇଯିବ।

ସାରା ବିଶ୍ବରେ ବେଆଇନ ଭାବେ ବୋମା ତିଆରି କରୁଥିବା ଆତଙ୍କବାଦୀ ମାନେ ଟ୍ରାଇଏସିଟୋନ୍ ଟ୍ରାଇପେରୋକ୍ସାଇଡ୍ (TATP)କୁ ବ୍ଯବହାର କରିଥାଆନ୍ତି।

ଏଣୁ ଏହାକୁ ‘Mother of Satan’ ବା ସଇତାନର ମା’ ବୋଲି କୁହାଯାଏ। TATP ବ୍ଯବହାର କରି ବିଶ୍ବରର ଅନେକ ସ୍ଥାନରେ ଆକ୍ରମଣକୁ ସହଜରେ କରି ପାରିଥାନ୍ତି ଆତଙ୍କୀ। କାରଣ ଏହା ସାମାନ୍ଯ ଗରମ ହେବା ମାତ୍ରେ ବିସ୍ଫୋରଣ ହୋଇଯାଏ। ଏଣୁ ଏହାକୁ ବିସ୍ଫୋରଣ ପାଇଁ ବ୍ଯବହାର କରାଯାଇଥାଇ ପାରେ ବୋଲି ଅନୁମାନ କରାଯାଉଛି।