fbpx

ଆସିଲା ନୂଆ ଟ୍ୱିଷ୍ଟ: ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ ହୋଇନି!

ନୂଆଦିଲ୍ଲୀ: ଗତ ୧୭ତାରିଖରେ ତାମିଲ ସୁପରଷ୍ଟାର ଧନୁଷ ଓ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କର ବିବାହ ବିଚ୍ଛେଦ ଘଟିଥିବା ଖବର ସମସ୍ତ ମିଡ଼ିଆର ଶିରୋନାମା ମଣ୍ଡିତ କରିଥିଲା । ଦୀର୍ଘ ୧୮ ବର୍ଷ ପରେ ଏହି ଦମ୍ପତି ଅଲଗା ହୋଇଥିବା ନେଇ ଦକ୍ଷିଣୀ ଚଳଚ୍ଚିତ୍ର ସହ ସମଗ୍ର ଭାରତବର୍ଷରେ ଢେର ଚର୍ଚ୍ଚା ହୋଇଥିଲା । ୧୮ ବର୍ଷ ଧରି ଦୁହେଁ ପରସ୍ପରର ବନ୍ଧୁ, ଦମ୍ପତି ଓ ଶୁଭେଚ୍ଛା ଭାବେ ଏକାଠି ଜୀବନ ଅତିବାହିତ କରିବା ପରେ ଅଲଗା ହେଉଥିବା ନେଇ ଧନୁଷ ସୋସିଆଲ ମିଡ଼ିଆରେ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ । ଅନୁରୂପ ଭାବେ ଐଶ୍ୱର୍ଯ୍ୟା ମଧ୍ୟ ତାଙ୍କର ତାଙ୍କର ଇନଷ୍ଟାଗ୍ରାମରେ ଏନେଇ ନିଜର ମତବ୍ୟକ୍ତ କରିଥିଲେ ।

ତେବେ ଏହି ଦମ୍ପତିଙ୍କ ପୁଣି ଚର୍ଚ୍ଚାରେ । ଏହି ଦମ୍ପତିଙ୍କ ବିଚ୍ଛେଦ ହୋଇନାହିଁ ବୋଲି ମତ ଦେଇଛନ୍ତି ଧନୁଷଙ୍କ ପିତା ତଥା ଚଳଚ୍ଚିତ୍ର ନିର୍ମାତା କସ୍ତୁରୀ ରାଜା ଧନୁଷ । ସେ କହିଛନ୍ତି ଯେ, ଧନୁଷ ଓ ଐଶ୍ୱର୍ଯ୍ୟା ଦୁହେଁ ପରସ୍ପରକୁ ଛାଡ଼ପତ୍ର ଦେଇନାହାନ୍ତି । ଉଭୟେ ଏବେ ହାଇଦ୍ରାବାଦରେ ଅଛନ୍ତି ଓ ଫୋନରେ କଥାବାର୍ତ୍ତା ହେଉଥିବା ସେ କହିଛନ୍ତି । ତେବେ ଏଠାରେ ଫ୍ୟାନଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି, ବାସ୍ତବରେ ସତ କ’ଣ । ଯଦି ଧନୁଷଙ୍କ ପିତାଙ୍କ କଥା ସତ ହୁଏ, ତେବେ ପୂର୍ବରୁ ଉଭୟେ ଧନୁଷ ଓ ଐଶ୍ୱର୍ଯ୍ୟା କାହିଁକି ଏଭଳି ପୋଷ୍ଟ କରିଥିଲେ । ତେବେ ପୁଣି ଥରେ କ’ଣ ଏହି ଦମ୍ପତି ଏକାଠି ହୋଇଯାଇଛନ୍ତି । ଯଦି ଏପରି ହୋଇଥାଏ, ତେବେ ଏହା ନିଶ୍ଚିତ ଭାବେ ଧନୁଷ-ଐଶ୍ୱର୍ଯ୍ୟା ପ୍ରେମୀମାନଙ୍କ ପାଇଁ ଏକ ଖୁସି ଖବର । ଆଗକୁ ଜଣାପଡ଼ିବ କୋଉଟା ସତ ଆଉ କୋଉଟା ମିଛ ।

Get real time updates directly on you device, subscribe now.