fbpx

SCB ପିଲାଚୋରି ଘଟଣାରେ ନୂଆ ଟ୍ୱିଷ୍ଟ: ମିଳିଲା ଶିଶୁକନ୍ୟା, ମାଷ୍ଟରମାଇଣ୍ଡ ଦମ୍ପତି ଅଟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ (ଏସସିବି)ର ପିଲା ଚୋରି ଘଟଣାରେ ଆସିଛି ନୂଆ ଟ୍ୱିଷ୍ଟ । ପିଲା ଚୋରି ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖାଯାଇଛି । ଚୋରି ହୋଇଥିବା ନବଜାତକୁ ଫେରାଇବାକୁ ଆସିଥିବା ସମୟରେ ଦମ୍ପତିଙ୍କୁ ଅଟକ ରଖାଯାଇଛି । ଅଟକ ମହିଳାଙ୍କ ଘର ପ୍ରତାପନଗରୀ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଭୁବବଶତଃ ତାଙ୍କ ଜନ୍ମିତ ପୁଅ ବଦଳରେ ଝିଅକୁ ନେଇଯାଇଥିବା କଥାକୁ ମହିଳାଜଣକ ସ୍ୱୀକାର କରିଥିବା ଜଣାପଡ଼ିଛି । ତେବେ ଏହି ଚୋରି ଘଟଣାର ତଦନ୍ତ ବେଳେ ଅନ୍ୟ ଏକ ନିଖୋଜ ଶିଶୁର ତଥ୍ୟ ସାମ୍ନାକୁ ଆସିଛି । ତେଣୁ ଏଥିରେ ଏକ ରାକେଟର ହାତ ଥିବା ସନ୍ଦେହ କରାଯାଉଛି ।

ମହିଳା ଜଣଙ୍କ ଆବଶ୍ୟକ ପ୍ରମାଣପତ୍ର ଦେଖାଇ ପାରି ନଥିବାରୁ ସେ ପିଲା ଚୋରି କରିଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଅନ୍ୟପକ୍ଷରେ ମହିଳାଙ୍କ କଥାକୁ ମେଡିକାଲ ପ୍ରଶାସନିକ ଅଧିକାରୀ ଅସ୍ୱୀକାର କରିଛନ୍ତି । ସମ୍ପୃକ୍ତ ମହିଳା ଜଣଙ୍କ ଏସସିବିରେ ଆଡମିସନ ହୋଇନଥିଲେ । ସେ ଉଦ୍ଦେଶ୍ୟମୂଳକ ଭାବେ ନବଜାତକୁ ନେଇଯାଇଥିଲେ । ଏହି ଘଟଣାର ତଦନ୍ତ ପୋଲିସ ଜାରି ରଖିଥିବା ବେଳେ ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ପିଲାଚୋରି ଘଟଣାକୁ ନେଇ ଗତକାଲି ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଥିଲା ଏସସିବି । ପ୍ରସୂତୀ ବିଭାଗର ଆଇସିୟୁରୁ ଜବଜାତ କନ୍ୟାକୁ କେହି ଚୋରି କରିନେଇଥିବା ଅଭିଯୋଗ କରିଥିଲେ ଶିଶୁର ବାପା । ୬ ଦିନ ତଳେ ତାଙ୍କର ଦୁଇଟି ଯମଜ କନ୍ୟା ଜନ୍ମ ହୋଇଥିଲେ । ସାନ ଝିଅକୁ ଜଣ୍ଡିସ ହୋଇଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ଭିର୍ତ୍ତି କରାଯାଇଥିଲା । ତେବେ ଗତକାଲି କେହି ତାଙ୍କ କନ୍ୟାକୁ ଚୋରି କରିନେଇଥିବା ଶିଶୁର ବାପା ଅଭିଯୋଗ କରିଥିଲେ । ଏହି ଅନିୟମିତତା ପାଇଁ ଚାରିଆଡ଼ୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରାଯାଇଥିଲା ।

Get real time updates directly on you device, subscribe now.