fbpx

୨ ଛାତ୍ରଙ୍କ ଆକାଉଣ୍ଟକୁ ୯୦୦ କୋଟି ଆସିବା ଘଟଣାରେ ନୂଆ ମୋଡ଼! ଡିଏମଙ୍କୁ ଏପରି ରିପୋର୍ଟ ଦେଲା ବ୍ୟାଙ୍କ

ନୂଆଦିଲ୍ଲୀ: ରାତାରାତି କାଗଜରେ କୋଟିପତି ହୋଇଥିବା ୨ ଛାତ୍ର ଗୁରୁଚରଣ ଓ ଅସିତ କୁମାରଙ୍କ ମାମଲାରେ ଆସିଛି ନୂଆ ମୋଡ଼ । ୨ ଛାତ୍ରଙ୍କ ଆକାଉଣ୍ଟକୁ ପ୍ରାୟ ୯୦୦ କୋଟି ଟଙ୍କା ଆସିବା ପରେ ବିହାର କୋଟିହାର, ପସ୍ତିଆ ଗାଁ ଖୁବ ଚର୍ଚ୍ଚାକୁ ଆସିଛି । ଘଟଣାକୁ ନେଇ ଜିଲ୍ଲାଧିକାରୀ ଉଦୟନ ମିଶ୍ରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରାରମ୍ଭିକ ତଦନ୍ତ ପରେ ସେମାନଙ୍କ ଆକାଉଣ୍ଟରେ ସେପରି କିଛି ଦେଖାଯାଉନଥିବା ବିହାର ଗ୍ରାମୀଣ ବ୍ୟାଙ୍କ ବେଲାଗଞ୍ଜ ବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

ଅନ୍ୟପଟେ ୨ ଛାତ୍ର ଯେଉଁ ଇଣ୍ଟରନେଟ କେନ୍ଦ୍ରରୁ ଯାଞ୍ଚ କରିଥିଲେ, ସେଠାରୁ ଆକାଉଣ୍ଟ ଡିଟେଲର ଫଟୋ କପି ରଖାଯାଇଛି । ଏହା କିପରି ହେଲା, ସେନେଇ ଲୋକଙ୍କୁ ବି କିଛି ବୁଝାପଡୁନାହିଁ ।

ତେବେ ବିହାର ସରକାରଙ୍କ ଦ୍ୱାରା ସ୍କୁଲ ଡ୍ରେସ୍ ପାଇଁ ପଠାଯାଇଥିବା ଟଙ୍କା ବିଷୟରେ ଚେକ୍ କରିବାକୁ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ସ୍କୁଲ ଛାତ୍ର ଏସବିଆଇର ସିଏସପି ସେଣ୍ଟରରେ ପହଞ୍ଚିଥିଲେ ।୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ର ଗୁରୁଚରଣ ଓ ଅସିତ କୁମାର ଆକାଉଣ୍ଟ ଚେକ୍ କରି ଆଶ୍ଚର୍ଯ୍ୟ ହୋଇଥିଲେ, କାରଣ ଦୁହିଁଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଥିଲା । ଏହା ଶୁଣି ଛାତ୍ରଙ୍କ ସମେତ ସେଠାରେ ଥିବା ବ୍ୟାଙ୍କ କର୍ମଚାରୀ ବି ଆଶ୍ଚର୍ଯ୍ୟ ହୋଇଥିଲେ । ଏହି ମାମଲା ପ୍ରଘଟ ହେବା ପରେ ଅନ୍ୟ ଲୋକମାନେ ବି ନିଜ ଆକାଉଣ୍ଟ ଚେକ୍ କରିବାରେ ଲାଗିଥିଲେ ।

Get real time updates directly on you device, subscribe now.