fbpx

ସୌମ୍ୟଙ୍କ ମୃତ୍ୟୁକୁ ନେଇ ନୂଆ ଟ୍ୱିଷ୍ଟ୍! ସ୍ୱାମୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲଗାଇଲେ ବିଦ୍ୟାଭାରତୀ, କହିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ବଢ଼ିବାକୁ ଲାଗିଛି । ଏହାରି ମଧ୍ୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ବିଦ୍ୟା ନିଜ ସ୍ୱାମୀଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ସୌମ୍ୟଙ୍କର ପରକୀୟା ପ୍ରୀତି ଥିବା କହିଛନ୍ତି ବିଦ୍ୟାଭାରତୀ ।

ବିଦ୍ୟାଙ୍କ ଅଭିଯୋଗ ମୁତାବକ, ଫୋନରେ ସୌମ୍ୟ ଅନ୍ୟ ମହିଳାଙ୍କ ସହ କଥା ହୁଅନ୍ତି । ଥରେ ଫୋନରେ କଥା ହେବା ବେଳେ ଧରିଥିବା କହିଛନ୍ତି ବିଦ୍ୟା । ସୌମ୍ୟଙ୍କ ବାପା ଓ ମାମୁ ଆଣିଥିବା ଅଭିଯୋଗକୁ ବିଦ୍ୟାଭାରତୀ ଖଣ୍ଡନ କରିଛନ୍ତି । ଏଗ୍ରିମେଣ୍ଟ ସମ୍ପର୍କରେ କିଛି ଜାଣିନଥିବା ବିଦ୍ୟା କହିଛନ୍ତି ।

ଏହ ସହ ଆମ୍ବୁଲାନ୍ସ ଅଟକିବା ପ୍ରସଙ୍ଗରେ ବିଦ୍ୟା କହିଛନ୍ତି ଯେ, ‘ଏଟିଏମ କାର୍ଡ ଓ ଆନୁଷଙ୍ଗିକ ଜିନିଷ ପାଇଁ କେବଳ ଘରକୁ ଯାଇଥିଲି । ଏହା ବ୍ୟତିତ ବ୍ୟାଚଲର ପାର୍ଟି ପ୍ରସଙ୍ଗକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି । ତାହା ବ୍ୟାଚଲର ପାର୍ଟି ନୁହେଁ ବରଂ ବିବାହ ପରବର୍ତ୍ତି ଭୋଜି ଥିବା ବିଦ୍ୟାଭାରତୀ ସଫେଇ ଦେଇଛନ୍ତି ।

Get real time updates directly on you device, subscribe now.