fbpx

କରୋନା ନୂଆ ଭାରିଆଣ୍ଟକୁ ମାତ୍‌ ଦେବ ଭାରତୀୟ ଟିକା, ହ୍ୟୁମାନ ଟ୍ରାଏଲ ଖୁବ୍‌ ଶୀଘ୍ର

ପୁନେ : କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ମୁକାବିଲା କରିବା ପାଇଁ ଭାରତରେ ପ୍ରଚଳିତ ଟିକାକୁ ନେଇ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଥିବା ବେଳେ ଖୁବ ଶୀଘ୍ର ଆଉ ଏକ ଭାରତୀୟ ଟିକା ବଜାରକୁ ଆସିବାକୁ ଯାଉଛି । ପୁନେସ୍ଥିତ ଜିନୋବା ବାୟୋ ପାର୍ମାସିଷ୍ଟିକାଲ ଏହି ନୂଆ ଟିକାର ପ୍ରସ୍ତୁତି କରିଛି । ଏହାର ହ୍ୟୁମାନ ଟ୍ରାଏଲ ଖୁବ୍‌ ଶୀଘ୍ର ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ‘ଭାରିଆଣ୍ଟ-ସ୍ପେସିଫିକ’ ଟିକା ଦେଶର ପ୍ରଥମ ଏମ୍‌ଆରନ୍ନ୍‌ଏ କୌଶଳରେ ବିକଶିତ ହୋଇଥିବା ଜିନୋବା ପକ୍ଷରୁ କୁହାଯାଇଛି । ଏହି କମ୍ପାନୀ ଏଥିୂର୍ବରୁ ମଧ୍ୟ କରୋନାର ସବୁଠୁ ଭୟାବହ ଭାରିଆଣ୍ଟ ଡେଲଟା ପାଇଁ ମଧ୍ୟ ସ୍ୱତନ୍ତ୍ର ଟିକା ପ୍ରସ୍ତୁତି କରିସାରିଛି । ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ଟିକାର ଶେଷ ପର୍ଯ୍ୟାୟ ଟ୍ରାଏଲ ପାଇଁ ମଞ୍ଜୁରି ମିଳିନଥିବା ବେଳେ କେନ୍ଦ୍ର ସରକାର ଖୁବ ଶୀଘ୍ର ମଞ୍ଜୁରି ପ୍ରଦାନ କରିବା ନେଇ ସୂଚନା ମିଳିଛି । ସେହିରି ଡେଲଟା ଭାରିଆଣ୍ଟ ପାଇଁ ନିର୍ମିତ ଟିକାର ପ୍ରେଜ୍-୨ ଟ୍ରାଏଲ ଶେଷ ହୋଇଥିବା ବେଳେ ଫେଜ-୩ ଟ୍ରାଏଲ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରିକୁ ଅପେକ୍ଷା କରାଯାଇଛି ।

ଏହି ଏମ୍‌ଆର୍‌ଏନ୍‌ଏବିକଶିତ ଟିକା ଭାରତ ପାଇଁ ଏକ ବଡ ଉପଲବ୍ଧି ବୋଲି ଏନ୍‌ସିଟିଏଫ୍‌ର ମୁଖ୍ୟ ଡା. ଭି.କେ ପଲ କହିଛନ୍ତି । ଏମଆରଏନ୍‌ଏ ବା ମେସେଞ୍ଜର ଆରଏନ୍‌ଏ ଜେନେଟିକ କୋଡ୍‌ର ଏକ ଛୋଟ ଅଂଶ, ଯାହାକି ମନୁଷ୍ୟର କୋଷିକାରେ ପ୍ରୋଟିନ ବନାଇଥାଏ । ଯେତେବେଳେ ଶରୀରରେ କୌଣସି ଭାଇରସ୍‌ ପ୍ରବେଶ କରେ ଏମ୍‌ଆର୍‌ଏନ୍‌ଏ ପ୍ରକ୍ରିୟାରେ ମନୁଷ୍ୟ ଶରୀରରେ ଥିବା କୋଷିକା ଉକ୍ତ ଭାଇରସ ସହ ଲଢେଇ କରିବା ପାଇଁ ପ୍ରୋଟିନ ନିର୍ମାଣ ନିମନ୍ତେ ମେସେଞ୍ଜର ଭାବେ କାର୍ଯ୍ୟ କରିଥାଏ । ଏହାଦ୍ୱାରା ଶରୀରରେ ଆବଶ୍ୟକ ଇମିନ୍ୟୁ ସିଷ୍ଟମ ବୃଦ୍ଧି ହୋଇଥାଏ ଓ ଶରୀରରେ ଆଣ୍ଟିବଡ଼ି ସ୍ୱତଃପ୍ରବୃତ୍ତଭାବେ ନିର୍ମାଣ ହୋଇଥାଏ ବୋଳି ବିଶେଷଜ୍ଞମାନେ କହିଛନ୍ତି । ବିଶ୍ୱର କିଛି ହାତଗଣତି ଦେଶ ନିକଟରେ ଏପରି ଟିକା ରହିଥିବା ବେଳେ ଭାରତ ପାଇଁ ଏହା ଏକ ବଡ ସଫଳତା ବୋଲି କୁହାଯାଉଛି ।ଆମେରିକାର ଫାଇଜର କମ୍ପାନୀ ଆସନ୍ତା ମାର୍ଚ୍ଚା ମାସ ସୁଦ୍ଧା ଓମିକ୍ରନ ପାଇଁ ଉର୍ଦ୍ଦିଷ୍ଟ ଟିକା ଉପଲବ୍ଦ କରିବାକୁ କହୁଥିବା ବେଳେ ମଡର୍ଣ୍ଣା ଓ ଆଷ୍ଟ୍ରାଜେଣ୍ଟା ମଧ୍ୟ ସମାଜ ପ୍ରକାରର ଟିକା ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଜିନୋବା ବାୟୋଫାର୍ମାସିଷ୍ଟିକାଲର ସିଇଓଙ୍କ କହିବାନୁଯାୟୀ, କମ୍ପାନୀ ୫ରୁ ୧୭ବର୍ଷ ବୟସ ବର୍ଗଙ୍କ ପାଇଁ ଟିକା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏମ୍‌ଆର୍‌ଏନ୍‌ଏ କୌଶଳରେ ନିର୍ମିତ ଟିକା ଖୁବ୍‌ ସହଜରେ ବିକଶିତ କରିହେଉଛି । ଯେପରି ଭାଇରସ୍‌ ତ୍ୱରିତ ବେଗରେ ନିଜର ରୂପ ବଦଳାଉଛି ସମାନ ବେଗରେ ଜିନେବା ପକ୍ଷରୁ ଟିକା ବିକଶିତ କାର୍ଯ୍ୟ ଜାରି ରହିଥିବା ଡା. ସଞ୍ଜୟ ସିଂ କହିଛନ୍ତି ।

Get real time updates directly on you device, subscribe now.