fbpx

(VIDEO) ନୂଆ ଭିଡିଓରେ ମନ କଥା କହିଲେ ଅନୁଭବ, ପ୍ରେମକରି ବହୁତ୍ ଥାନା, କୋର୍ଟ ଚକ୍କର କାଟିସାରିଲିଣି

କଟକ: ଓଲିଉଡ ଅଭିନେତା ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି। ଏହି ଅଧଘଣ୍ଟାର ଭିଡିଓରେ ସେ ତାଙ୍କର ମନ କଥା କହିଛନ୍ତି ।

ଏହି ଭିଡିଓରେ ଅନୁଭବ କହିଛନ୍ତି ଯେ ” ୨୦୦୮ରେ ନିଜଠୁ ବି ଅଧିକ..ପୃଥୀବିରେ ସମସ୍ତଙ୍କଠୁ ଅଧିକ ଜଣଙ୍କୁ ଭଲ ପାଇଲି । ଏହା ପରେ ୨୦୧୪ରେ ତାଙ୍କ ସହିତ ବିବାହ କରିଥିଲି । ପ୍ରଥମେ ଏହି ବାହାଘର ନେଇ ଉଭୟଙ୍କ ପରିବାରରେ ରାଜି ନଥିଲେ । ବହୁ ବାଧାବିଘ୍ନକୁ ଅତିକ୍ରମ କରି ସେ ବିବାହ କରିଥିଲେ । ତେବେ ଜଣେ ମହିଳା ବୋଲି ଯାହା କହିବେ ତାହା କ’ଣ ଠିକ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ।

ତେବେ ଜୀବନରେ କେବେ କୋର୍ଟ କଚେରି, ଥାନା ପୋଲିସ ଦେଖି ନଥିଲି । ପ୍ରେମ କରି, ବିବାହ କଲି । ଏବେ ବହୁତ୍ ଥାନା, କୋର୍ଟ ଚକ୍କର କାଟି ସାରିଲିଣି । ସେ କ୍ଷୋବର ସହ କହିଛନ୍ତି ଯେ ଭଲ ପାଇ ମଣିଷ ଖୁସୀରେ ରହେ, କିନ୍ତୁ ଭଲ ପାଇ ମଣିଷ ଥାନା ଦୌଡ଼ିବ, ଭଲ ପାଇ ମଣିଷ କୋର୍ଟ ଦୌଡ଼ିବ ଏହା କେଉଁଠି ଲେଖା ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ଏକ ବଡ଼ ପାୱାର ଏବଂ କ୍ଷମତା ନିଷ୍ପତ୍ତି ନେଇ ସାରିଛି ମୋତେ ବଦନାମ କରିବାକୁ, ତଳିତଳାନ୍ତ କରିବାକୁ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଦେଖନ୍ତୁ ଏହି ପୂରା ଭିଡିଓ କଣ କହିଛନ୍ତି ଅନୁଭବ…

Get real time updates directly on you device, subscribe now.