fbpx

ରାଜ୍ୟରେ କାଲିଠାରୁ ନୂଆ ଗାଡ଼ି ରେଜିଷ୍ଟ୍ରେସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ମୁକାବିଲା ପାଇଁ ଆସନ୍ତା ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଜାରି କରିଛନ୍ତି ରାଜ୍ୟ ସରକାର । କାଲି ସକାଳ ୫ଟା ପରଠାରୁ ଆଂଶିକ ଲକଡାଉନ ଲାଗୁ ହେବ । ଏହା ସହ କାଲିଠାରୁ ଗାଡ଼ି ଶୋ’ରୁମ୍ ଖୋଲିବା ସହ ଗାଡ଼ି ରେଜିଷ୍ଟ୍ରେସନ ହୋଇପାରିବ ।

ନୂଆ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ଅନୁମତି ଦେବାକୁ ସବୁ ଆରଟିଓଙ୍କୁ ଚିଠି ଲେଖାଯାଇଛି । ରେଜିଷ୍ଟ୍ରେସନ ପାଇଁ ଡିଲରଙ୍କୁ ଅନୁମତି ଦେବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚିଠି ଲେଖାଯାଇଛି ।

Get real time updates directly on you device, subscribe now.